

ସତ୍ୟଶିଖା(ଭୁବନେଶ୍ୱର ) ୧୦.୦୧.୨୦୨୨ : କରୋନାର ତୃତୀୟ ଲହର ତଥା ଓମିକ୍ରନ ସଂକ୍ରମଣକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି କରୋନା ମୁକାବିଲା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି ।
ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ଖୁବଶୀଘ୍ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ବୁଷ୍ଟର ଡୋଜ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଓମିକ୍ରନର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତିକୁ ଜୋରଦାର କରିଥିବା ବେଳେ ବିଭିନ୍ନ କଟକଣାକୁ କଡାକଡି କରିଛନ୍ତି ।
ଏହାସହ ଏବେ ରାଜ୍ୟରେ ୭୮୮୧ ଅମ୍ଲଜାନ ସଂଯୁକ୍ତ ବେଡ ପ୍ରସ୍ତୁତ ଥିବା ବେଳେ ୨୦୨୪ଟି ଆଇସିୟୁ ବେଡ ମଧ୍ୟ ରହିଛି । ସେହିଭଳି ଶିଶୁଙ୍କ ପାଇଁ ୧୦୦୦ ବେଡ ପ୍ରସ୍ତୁତ ରହିଛି । ୮୭୪ଟି ଭେଣ୍ଟିଲେଟର ବେଡ ପ୍ରସ୍ତୁତ ଥିବା ବେଳେ ସ୍ଥିତିକୁ ଦେଖି ବେଡ ବୃଦ୍ଧି ପାଇଁ ବ୍ୟବସ୍ଥା କରାଯିବ । ଏସବୁ ବାଦ୍ ବର୍ତ୍ତମାନ ୯୭% କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ମାତ୍ର ୩ ପ୍ରତିଶତ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାସହ ପ୍ରତ୍ୟେକ ହସ୍ପିଟାଲ ହେଲ୍ପ ଡେସ୍କ ଖୋଲିବା ପାଇଁ କୋଭିଡ ହସ୍ପିଟାଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।