ମରୁଡ଼ି ପ୍ରସଙ୍ଗରେ କମ୍ପିଲା ଗୃହ

ସତ୍ୟଶିଖା ( ଭୁବନେଶ୍ୱର ) ୦୨ /୦୯ /୨୦୨୧ :-  ବିଧାନସଭାର ସପ୍ତମ ଅଧିବେଶନ ଆରମ୍ଭ ଦିନରୁ ରାଜ୍ୟର ଚାଷ ଓ ଚାଷୀ ତଥା ମରୁଡ଼ି ପ୍ରସଙ୍ଗକୁ ନେଇ ଗୃହରେ କମ୍ପନ ଆରମ୍ଭ ହୋଇଛି। ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ଯେ, ରାଜ୍ୟର ୨୭ଟି ଜିଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଉତ୍କଟ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି, ସରକାର ତୁରନ୍ତ ଚାଷୀକୁଳକୁ ଭରସା ଦେବା ପାଇଁ ମରୁଡ଼ି ଘୋଷଣା କରନ୍ତୁ। କୃଷି ଋଣ ଛାଡ କରନ୍ତୁ, ଏହାସହିତ ବେରୋଜଗାରୀ ଭତ୍ତା ପ୍ରଦାନ କରନ୍ତୁ। ‘ମରୁଡ଼ି କବଳରେ ସାରା ଓଡ଼ିଶା’ ମୁଲତବି ଆଲୋଚନା ବେଳେ ୭ଦଫା ଦାବି ନେଇ ବିରୋଧୀ ସରକାରଙ୍କୁ ଶାଣିତ ଆକ୍ରମଣ କରିଥିଲେ। ରାଜ୍ୟ ସରକାର ଦୀର୍ଘ ୨୧ ବର୍ଷ ଶାସନରେ ରହିବା ପରେ ମଧ୍ୟ ୩୫ ପ୍ରତିଶତ ଚାଷ ଜମି ଜଳସେଚିତ ହୋଇପାରିଲାନାହିଁ। ରାଜ୍ୟ ସରକାର ସବୁବେଳେ କେନ୍ଦ୍ର ଓ ଇନ୍ଦ୍ର ମୁଣ୍ଡରେ ଦୋଷ ଲଦୁଛନ୍ତି। ଯଦି ଆଉ ୨୦ବର୍ଷ ଏ ସରକାର ଗାଦିରେ ବି ରୁହନ୍ତି ତଥାପି ଚାଷୀକୁ ତା’ର ନ୍ୟାଯ୍ୟ ହକ୍ ମିଳିବ ନାହିଁ।

କୃଷିମନ୍ତ୍ରୀ ଅରୁଣ ସାହୁ ବିରୋଧୀଙ୍କୁ ଜବାବ ଦେଇ କହିଥିଲେ ଯେ, ପ୍ରକୃତି ଉପରେ କାହାର ହାତ ନାହିଁ। ଓଡ଼ିଶା ବିପର୍ଯ୍ୟୟ ମୁକାବିଲାରେ ଏକ ନମୁନା ରାଜ୍ୟ ଭାବେ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇଛି। ରାଜ୍ୟରେ ଏବେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଏହାକୁ ନେଇ ରାଜ୍ୟ ସରକାର ସ୍ଥିତି ସମୀକ୍ଷା କରି ସବୁ ଜଳ ଉତ୍ସକୁ ସୁବିନିଯୋଗ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ସରକାର ମରୁଡ଼ି ପରିସ୍ଥିତିର ସଫଳ ମୁକାବିଲା କରିବାରେ ସକ୍ଷମ ହୋଇଛନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ଅପରାହ୍ଣରେ ଅଧିବେଶନ କାଳରେ ପୁନର୍ବାର ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ଆସନନିକଟକୁ ଯାଇ ପୋଡିୟମକୁ ବାଡେଇବା ସହିତ ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ମନମୁଖୀ ଶାସନ ଚାଲିବନାହିଁ ବୋଲି ନାରାବାଜି ଦେଇଥିଲେ।
ମୁଲତବୀ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଥିଲେ ଯେ, ମରୁଡ଼ି ମୁକାବିଲା ପ୍ରସଙ୍ଗରେ କୃଷିମନ୍ତ୍ରୀ ତାଙ୍କର ଚିରାଚରିତ ଢଙ୍ଗରେ ଉତ୍ତର ରଖିଛନ୍ତି। ରାଜ୍ୟରେ କିନ୍ତୁ ବାସ୍ତବ ଚିତ୍ର ଅଲଗା। ୨୧୩ ବ୍ଲକରେ ମରୁଡ଼ି ସ୍ଥିତି ସାଂଘାତିକ ରୂପ ଧାରଣ କରିଛି। ମନ୍ତ୍ରୀ ଜଳବାୟୁ ପରିବର୍ତ୍ତନର
କଥା କହୁଛନ୍ତି, ହେଲେ ତାକୁ ଦୃଷ୍ଟିରେ ରଖି ସରକାର ୨୧ ବର୍ଷ ଭିତରେ ଜଳସେଚନ ଦିଗରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି ? ସବୁବେଳେ ଖାଲି କେନ୍ଦ୍ର ଓ ଇନ୍ଦ୍ର ଉପରେ ଦୋଷ ଦେଲେ ଚଳିବ ନାହିଁ। ସରକାର ୨୦୦୯ରୁ ରାଜ୍ୟର ସବୁ ବ୍ଲକରେ ୩୫ ପ୍ରତିଶତ ଜଳସେଚନ ହେବ ବୋଲି କହିଥିଲେ ହେଁ ଏପର୍ଯ୍ୟନ୍ତ ୮୬ଟି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ହୋଇପାରିନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ସରକାର କହିଥିଲେ ଯେ ଆଉ ୧୦ ଲକ୍ଷ ହେକ୍ଟର ଜମିରେ ୩୫ରୁ ୫୩ ପ୍ରତିଶତ ପର୍ଯ୍ୟନ୍ତ ଜଳସେଚନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି କୁଆଡେ ଗଲା ? ୩ହଜାର ୮୨୨ କ୍ଷୁଦ୍ର ଜଳସେଚନ ପଏଣ୍ଟରୁ ୩୯୩ଟି ଆଂଶିକ ଚାଲୁଥିବାବେଳେ ୧୪୨ଟି ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଛି।ଗତବର୍ଷ ଆଜିର ଦିନରେ ହୀରାକୁଦକୁ ୭ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ଏବେ ୩୮ହଜାର କ୍ୟୁସେକକୁ ହ୍ରାସ ପାଇଛି। ସେହିପରି ୪୬ଟି ଫାଟକ ଆଜିର ଦିନରେ ହୀରାକୁଦରୁ ଖୋଲା ଯାଇଥିବାବେଳେ ଏବେ ଟୋପାଏ ପାଣି ବାହାରୁନାହିଁ। ସରକାରଙ୍କ ସେତୁ ନିର୍ମାଣ କେବଳ କାଗଜକଲମରେ ସୀମିତ ହୋଇ ରହିଯାଇଛି। ତେଣୁ ସରକାର ସବୁ ଦଳକୁ ଭରସାକୁ ନେଇ ଏକ ତଦାରଖ କମିଟି ଗଠନ କରି ତୁରନ୍ତ ମରୁଡ଼ିର ମୁକାବିଲା କରନ୍ତୁ। ସଂପ୍ରତି ଦେଖାଦେଇଥିବା ପରିସ୍ଥିତିକୁ ମରୁଡ଼ି ଘୋଷଣା କରିବା ସହିତ ଚାଷୀମାନଙ୍କୁ ସାର, ବିହନ ଓ ଔଷଧ ତୁରନ୍ତ ଯୋଗାଇ ଦେବାକୁ ସେ ଦାବି କରିଥିଲେ। ଆଲୋଚନାରେ ଭାଗ ନେଇ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ ଯେ, କୋଭିଡ଼ ବିପର୍ଯ୍ୟୟକୁ ଯଦି ମାନବ ମୁକାବିଲା କରିପାରୁଛି ତେବେ ମରୁଡ଼ିକୁ କାହିଁକି ମୁକାବିଲା କରାଯାଇ ପାରିବ ନାହିଁ। ଦୀର୍ଘ ୨୨ବର୍ଷ ଶାସନ ଗାଦିରେ ରହିବା ପରେ ମଧ୍ୟ ଆନ୍ତରିକତା ଅଭାବରୁ ସବୁ ଜିଲାରେ ୩୫ପ୍ରତିଶତ ଜମିକୁ ଜଳସେଚିତ ନହେବା ସରକାରଙ୍କ ବିଫଳତାକୁ

Exit mobile version