ଦେଶନ୍ୟୁଜ୍

LAC ରେ କମୁନି ଉତ୍ତେଜନା , ଆଜି ପୁଣି ହେବ କମାଣ୍ଡର ସ୍ତରୀୟ ଆଲୋଚନା l

ସତ୍ୟଶିଖା ୦୨.୦୮.୨୦୨୦ ( ନୂଆଦିଲ୍ଲୀ ) :  ଭାରତ ଏବଂ ଚୀନ୍‌ର ମଧ୍ୟରେ LAC ରେ ଉତ୍ତେଜନା କମିବାର ନା ନେଉନାହିଁ । ଗୋଟିଏ ପରେ ଗୋଟିଏ ଆଲୋଚନାର ଉଲଙ୍ଘନ କରୁଛି ଚୀନ ସେନା । ଏହା ମଧ୍ୟରେ ଆଜି ପୁଣି ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ କୁ ନେଇ ମଲଡୋ ଠାରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା କରିବେ । ଆଜି ସକାଳ 11 ଟାରୁ ଏହି ବୈଠକ ହୋଇପାରେ ।  ପାଙ୍ଗୋଙ୍ଗ-ଗୋଗ୍ରା ରବର୍ତ୍ତମାନ ପରିସ୍ଥିତି ଉପରେ ଏହି ଆଲୋଚନା ହୋଇପାରେ । ପୂର୍ବ ବୈଠକ ପରି ଆଜି ମଧ୍ୟ ଭାରତ ଦୃଢ଼ ଭାବରେ ଦାବି ରଖିବ ଯେ ଚୀନ୍ ଏପ୍ରିଲ ମାସରେ ଯେଉଁଠାରେ ଥିଲା ସେହି ସ୍ଥାନକୁ ଫେରିବା ଉଚିତ୍ ।

ପଙ୍ଗଙ୍ଗ ହ୍ରଦ ଉପରେ ଚୀନ୍ ନୀରବତା ବଜାୟ ରଖିଥିବାବେଳେ ଗାଲଭାନ୍ ଉପତ୍ୟକା ସହିତ ହଟ୍ ସ୍ପ୍ରିଙ୍ଗସ୍ ଏବଂ ଗୋଗ୍ରା ଠାରେ ଡିସଏନଗେଜମେଣ୍ଟ ସମାପ୍ତ ହୋଇଛି ବୋଲି ଦାବି କରିଛି । ସୂତ୍ରରୁ ପ୍ରକାଶ ଯେ ପାଙ୍ଗୋଙ୍ଗ ଏବଂ ଗୋଗ୍ରାଠାରେ ସେନା ଏବେ ମଧ୍ୟ ଉଭୟ ପାର୍ଶ୍ୱରେ ରହିଛନ୍ତି । ଫିଙ୍ଗର -4 ର ରିଜ୍ ଅଞ୍ଚଳରେ ଚୀନ୍ ସେନା ଏବେ ବି ଠିଆ ହୋଇଛି । ଚୀନ ଗୋଟିଏ କଥା କହୁଥିବା ବେଳେ କାର୍ଯ୍ୟରେ ଆଉ ଗୋଟିଏ କଥା କରୁଛି ।

ହାଇ-ରିଜୋଲ୍ୟୁସନ୍ ଉପଗ୍ରହ ଚିତ୍ର ଦର୍ଶାଇଥିଲା ଯେ LAC ଅସନ୍ତୋଷର ଆଲୋଚନା ପରେ ମଧ୍ୟ ପାଙ୍ଗୋଙ୍ଗ ହ୍ରଦରେ ଚୀନ୍ ଏହାର ନିୟୋଜନ ବୃଦ୍ଧି କରୁଛି । ଜୁଲାଇ 14 ରେ ହୋଇଥିବା ଆଲୋଚନା ପରେ ଚୀନ୍ ପାଙ୍ଗଙ୍ଗରେ ଅତିରିକ୍ତ ଡଙ୍ଗା ଏବଂ ସୈନ୍ୟ ମୁତୟନ କରିଛି ।

 

Show More
Back to top button