ସତ୍ୟଶିଖା(କଟକ) ୧୧/୧୨/୨୦୨୦ : ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ମର୍କତନଗର ସେକ୍ଟର-୬ ନମ୍ବର ଘରେ ଗୁରୁବାର କମିସନରେଟ ପୁଲିସ ପକ୍ଷରୁ ଚଢଉ କରାଯାଇଛି । ଚଢଉ ବେଳେ ତାଙ୍କ ଘରୁ ୫୦୦ରୁ ଊର୍ଦ୍ଧ୍ବ ଗୁଳି ଓ ୭ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି । ଘରର କେତେକ କାନ୍ଥ ଓ ଗାଧୁଆ ଘରର କେତେକ ସ୍ଥାନରେ ମାରଣାସ୍ତ୍ର ରହିଥିବା ନେଇ ପୁଲିସକୁ ସୂଚନା ମିଳିଛି । ତାହାକୁ ମଧ୍ୟ ଠାବ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି । ଏହି ଚଢ଼ଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିବାରୁ ମାରଣାସ୍ତ୍ର ଓ ଗୁଳି ସଂଖ୍ୟା ଢ଼େର ଅଧିକ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଧଳସାମନ୍ତ ଭ୍ରାତା ଗିରଫ ହେବା ପରେ ଉକ୍ତ ଘରେ ତାଙ୍କର ବାପା ତଥା ଅବସରପ୍ରାପ୍ତ ପୁଲିସ କର୍ମଚାରୀ ରହୁଥିବା ଜଣାପଡ଼ିଛି ।
କମିସନରେଟ ପୁଲିସ ଚଢ଼ଉ କଲା ଧଳସାମନ୍ତ ଭ୍ରାତାଙ୍କ ଘରେ
