ସତ୍ୟଶିଖା (ଭୁବନେଶ୍ୱର) ୦୭/୧୨/୨୦୨୦ : ଏକ ବଡଧରଣର ମୋବାଇଲ ଲୁଟ ଗ୍ୟାଙ୍ଗକୁ ଧରିଲା ପୁଲିସ । ୧୦୨ଟି ଦାମୀ ମୋବାଇଲକୁ ଜବତ କରାଯାଇଛି । ସହିଦନଗର ଥାନା ଗତ କିଛି ଦିନ ହେବ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ମୋବାଇଲକୁ ନେଇ ତଦନ୍ତ କରୁଥିଲା । ସହିଦନଗର ପୁଲିସ ଏହି ଲୁଟେରା ଗ୍ୟାଙ୍ଗକୁ ଧରିଛି । ୨ ଜଣଙ୍କୁ ଅଟକ କରାଯାଇଛି । ଅଟକ ୨ ଜଣ ହେଉଛନ୍ତି ଅନୁଗୁଳର । ମୋବାଇଲ ଜବତ ହେବା ପରେ ଅନେକ ଲୋକ ଆସି ଥାନାରୁ ନିଜ ମୋବାଇଲ ନେଇଛନ୍ତି ।
ମୋବାଇଲ ଲୁଟ ଗ୍ୟାଙ୍ଗକୁ ଧରିଲା କମିସନରେଟ ପୁଲିସ
