ଦେଶନ୍ୟୁଜ୍ରାଜ୍ୟ

ବିବାଦକୁ ନଜରରେ ରଖି ପ୍ରସ୍ତୁତ ହେଉଛି ଭାରତ ଚୀନ ସହ ଚାଲିଥିବା

ସତ୍ୟଶିଖା ୦୨/୦୧/୨୦୨୧ : କେବେ ବି ଚୀନ ସହ ଭାରତର ହୋଇପାରେ ଯୁଦ୍ଧ । ଏଭଳି ପରିସ୍ଥିତି ଦୀର୍ଘ ୮ ମାସ ହେବ ଲାଗି ରହିଛି । ଏହାକୁ ନେଇ ଉଭୟ ଦେଶର ସାମରିକ ବାହୀନି ଏବେ ପୁରା ପ୍ରସ୍ତୁତ ହେବାରେ ଲାଗିଛନ୍ତି । ଏହାକୁ ନଜରରେ ରଖି ଭାରତୀୟ ସେନା ବି ତା’ର ପ୍ରସ୍ତୁତିକୁ ଜୋରଦାର କରିବାରେ ଲାଗିଛି । ପୂର୍ବ ଲଦାଖର ‘ପାଙ୍ଗୋଙ୍ଗ’ ହ୍ରଦ ନିଟରେ ପାଟ୍ରୋଲିଙ୍ଗ ପାଇଁ ‘ସର୍ଭଲାନ୍ସ ଗିଅର’ ଓ ଅନ୍ୟାନ୍ୟ ଉପକରଣ ଥିବା ସ୍ୱତନ୍ତ୍ର ଭାବେ ନିର୍ମିତ ୧୨ ଟି ଦ୍ରୁତଗାମୀ ପାଟ୍ରୋଲିଙ୍ଗ ବୋଟ ନିମନ୍ତେ ଭାରତୀୟ ସେନା ବରାଦ ଦେଇଛି ।କେବେ ବି ଚୀନ ସହ ଭାରତର ହୋଇପାରେ ଯୁଦ୍ଧ । ଏଭଳି ପରିସ୍ଥିତି ଦୀର୍ଘ ୮ ମାସ ହେବ ଲାଗି ରହିଛି । ଏହାକୁ ନେଇ ଉଭୟ ଦେଶର ସାମରିକ ବାହୀନି ଏବେ ପୁରା ପ୍ରସ୍ତୁତ ହେବାରେ ଲାଗିଛନ୍ତି । ଏହାକୁ ନଜରରେ ରଖି ଭାରତୀୟ ସେନା ବି ତା’ର ପ୍ରସ୍ତୁତିକୁ ଜୋରଦାର କରିବାରେ ଲାଗିଛି । ପୂର୍ବ ଲଦାଖର ‘ପାଙ୍ଗୋଙ୍ଗ’ ହ୍ରଦ ନିଟରେ ପାଟ୍ରୋଲିଙ୍ଗ ପାଇଁ ‘ସର୍ଭଲାନ୍ସ ଗିଅର’ ଓ ଅନ୍ୟାନ୍ୟ ଉପକରଣ ଥିବା ସ୍ୱତନ୍ତ୍ର ଭାବେ ନିର୍ମିତ ୧୨ ଟି ଦ୍ରୁତଗାମୀ ପାଟ୍ରୋଲିଙ୍ଗ ବୋଟ ନିମନ୍ତେ ଭାରତୀୟ ସେନା ବରାଦ ଦେଇଛି ।ଏହି ବୋଟ ଓ ତା’ର ୪ ବର୍ଷର ରକ୍ଷଣାବେକ୍ଷଣ ଓ ଯନ୍ତ୍ର।ଶ ନିମନ୍ତେ ଗୁରୁବାର ଦିନ ‘ପ୍ରତିରକ୍ଷା ପିଏସ୍ୟୁ ଗୋଆ ସିପ୍୍ୟାର୍ଡ’ ସହ ସେନା ପ୍ରାୟ ୬୫ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଛି । ଜଣେ ସରକାରୀ ଅଧିକାରୀଙ୍କ କହିବା ମୁତାବକ ଚଳିତ ବର୍ଷ ମେ ମାସରେ ଏହି ବୋଟଗୁଡିକର ଡେଲିଭରି ଆରମ୍ଭ ହେବ । ସମ୍ପ୍ରତି ଥଣ୍ଡାରେ ବରଫ ପାଲଟି ଯାଇଥିବା ‘ପାଙ୍ଗୋଙ୍ଗ’ ହ୍ରଦରେ ସେଗୁଡିକର ମୁତୟନ କରାଯିବ ।ଚୀନ୍‌ ସହ ଦୀର୍ଘକାଳୀନ ମୁକାବିଲା କରିବା ନିମନ୍ତେ ସଶସ୍ତ୍ରବାହିନୀ ପ୍ରସ୍ତୁତ ହେଉଥିବା କଥା ପାଟ୍ରୋଲିଙ୍ଗ୍‌ ବୋଟ୍‌ ପାଇଁ ଦିଆଯାଉଥିବା ବରାଦରୁ ସୂଚନା ମିଳୁଛି। ସମ୍ପ୍ରତି ‘ପାଙ୍ଗୋଙ୍ଗ୍‌’ ହ୍ରଦର ୧୩୪ କିଲୋମିଟର୍‌ ଦୀର୍ଘ ଉତ୍ତର ଓ ଦକ୍ଷିଣ ତଟରେ ଭାରତ ଓ ଚୀନ୍‌ ସେନା ମୁହାଁମୁହିଁ ହୋଇ ରହିଛନ୍ତି। ଏହି ହ୍ରଦ ତିବ୍ଦତରୁ ଭାରତ ଆଡ଼କୁ ପ୍ରସାରିତ ହୋଇଥିବାରୁ ଏହାର ଦୁଇ ତୃତୀୟାଂଶ ଚୀନ୍‌ ନିୟନ୍ତ୍ରଣରେ ରହିଛି।‘ପାଙ୍ଗୋଙ୍ଗ୍‌’ ହ୍ରଦରେ ପାଟ୍ରୋଲିଙ୍ଗ୍‌ ନିମନ୍ତେ ସେନା ପାଖରେ ଏବେ ୧୭ଟି ‘କ୍ୱିକ୍‌-ରିଆକ୍ସନ୍‌ ଟିମ୍‌’ ପାଟ୍ରୋଲିଙ୍ଗ୍‌ ବୋଟ୍‌ ରହିଛି।

Show More
Back to top button