

ସତ୍ୟଶିଖା( ଭୁବନେଶ୍ୱର )୨୮.୦୨.୨୦୨୨ : ଭୁବନେଶ୍ୱରରେ କମେଡି କିଙ୍ଗ କପିଲ ଶର୍ମା । କପିଲ ଶର୍ମାଙ୍କ ସହ ଫିଲ୍ମ ନିର୍ମାଣ କରୁଛନ୍ତି ଓଡିଆ ସିନେ ନିର୍ମାତା ନନ୍ଦିତା ଦାସ । ଯାହାର ସୁଟିଂ ଏବେ ଭୁବନେଶ୍ୱରରେ ଚାଲିଛି । ଶନିବାର ସିନେମାର ସୁଟିଂ ଖଣ୍ଡଗିରିର ବିଭିନ୍ନ ସ୍ଥାନରେ ହେଉଥିଲା । ଏହାକୁ ଦେଖିବାକୁ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଲୋକଙ୍କ ଭିଜ ଜମିଥିଲା ।
କପିଲ ଶର୍ମା ଭୁବନେଶ୍ୱର ଆସିବା ଶୁଣି ବହୁ ପ୍ରଶଂସକ ରାସ୍ତାରେ ଏବଂ ସୁଟିଂ ହେଉଥିବା ସ୍ଥାନରେ ଭିଡ ଜମାଇଥିଲେ । ତେବେ ସକାଳ ସମୟରେ ଖଣ୍ଡଗିରି ପାହାଡ ତଳେ ଥିବା ଏକ ମଲରେ ସୁଟିଂ ହେଉଥିବା ବେଳେ ସନ୍ଧ୍ୟାରେ ଖଣ୍ଡଗିରି ଥାନା ନିକଟ ଖାରବେଳ ହୋଟେଲ ପାଖ ଜେଡିଏସ ଆର୍ଟ ସେଣ୍ଟର ପରିସରରେ ସୁଟିିଂ ହୋଇଥିଲା ।
ଏହାକୁ ଦେଖିବାକୁ ରାସ୍ତାରେ ପ୍ରବଳ ଭିଡ କମିଥିଲେ । ଦର୍ଶକ ବହୁତ ଦୂରରେ ଛିଡା ହୋଇ ସୁଟିଂ ଦେଖୁଥିବା ବେଳେ ଭିଡିଓ ସୁଟିଂ ମଧ୍ୟ କରିଥିଲେ । ତେବେ ଏହି ଫିଲ୍ମରେ କପିଲ ଜଣେ ଫୁଡ ଡେଲିଭରୀ ବୟର ଭୂମିକାରେ ନଜର ଆସିବେ । ତାଙ୍କ ପତ୍ନୀଙ୍କ ଭୂମିକାରେ ଶାହାନା ଗୋସ୍ୱାମୀ ଅଭିନୟ କରୁଛନ୍ତି ।