ନ୍ୟୁଜ୍ରାଜ୍ୟ

ଆସିଲାଣି ପାର୍ବଣ, ମାତିଲେଣି ସାଇବର ଲୁଟେରା।

ସତ୍ୟଶିଖା(ଭୁବନେଶ୍ୱର )୨୨.୦୯ . ୨୦୨୨:  ପାଖେଇ ଆସିଲାଣି ପାର୍ବଣ, ମାତିଲେଣି ସାଇବର ଲୁଟେରା। ଆଖି ପିଛୁଳାକେ ଆପଣଙ୍କ ଆକାଉଣ୍ଟ କରିଦେବେ ଖାଲି। ତେଣୁ ଏପରି କଲ୍‌ ଓ ମେସେଜ ପ୍ରତି ସାବଧାନ ରୁହନ୍ତି ଓ ନିଜ ପର୍ସନାଲ ଡିଟେଲ କାହା ସହ ଶେଆର କରନ୍ତୁ ନାହିଁ ବୋଲି ସତର୍କତାମୂଳକ ଭିଡିଓ ବାର୍ତ୍ତା ଜାରି କହିଛନ୍ତି ଭୁବନେଶ୍ୱର ଡିସିପି।

ଆପଣଙ୍କ କ୍ରେଡିଟ କାର୍ଡର ଡିଟେଲ ଶେଆର କରନ୍ତୁ, ଆମେ ଆପଣଙ୍କ କ୍ରେଡିଟ କାର୍ଡ ବାଲାନ୍ସ ବଢ଼ାଇଦେବୁ ବୋଲି ଆପଣଙ୍କ ପାଖକୁ ଫୋନ୍‌ କଲ ବା ମେସେଜ ଆସିପାରେ । ନଚେତ ଫୋନ୍‌ କଲ୍‌ରେ  କେହି ଅପରିଚିତ ବ୍ୟକ୍ତି ଲଟେରୀ ଉଠିଛି, ସୁନା, ଗହଣା ଗିଫ୍ଟ ମିଳିବ, ଗିଫ୍ଟ କୁପନ ମିଳିବ ବୋଲି ବି ଆପଣଙ୍କୁ ଲୋଭନୀୟ ଅଫର ଦେଇପାରେ। କେବଳ ସେତିକି ନୁହେଁ, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲଟେରୀ ଆସିଛି, ଓଟିପି ଶେଆର କରନ୍ତୁ, ଟଙ୍କା କ୍ରେଡିଟ କରାଯିବ ବୋଲି ବି ମିଠାମିଠା କଥାରେ ଫସାଇ ପାରେ ।ଏପରି ଫୋନ୍‌ କଲ ତଥା ମେସେଜଠୁ ଦୂରେଇ ରୁହନ୍ତୁ। କେବେବି ନିଜ ପର୍ସନାଲ ଡିଟେଲ, ଓଟିପି ଆଦି କାହା ସହ ଶେଆର କରନ୍ତୁ ନାହିଁ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ ।

ଏପରି ନମ୍ବରରୁ କେବେ କଲ୍‌ ଆସିଲେ ଭୁବନେଶ୍ୱର ପୁଲିସ୍‌ର ସାଇବର ସେଲ୍‌ ନଂ -୭୪୪୦୦୦୬୭୦୯ରେ ଜଣାଇବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।
Show More
Back to top button