ନ୍ୟୁଜ୍ରାଜ୍ୟ

ଦାରିଙ୍ଗବାଡ଼ି ରେ ହାଡ଼ଭଙ୍ଗା ଶୀତ

ସତ୍ୟଶିଖା : ୨୧/୦୧/୨୦୨୫ : ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି। ଆଜି ପୁଣି ଦାରିଙ୍ଗବାଡ଼ିରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ତୁଷାରପାତ ଜାରି ରହିଛି। ପ୍ରବଳ ଥଣ୍ଡା ଯୋଗୁଁ ସ୍ଥାନୀୟ ଲୋକଙ୍କର ହାତଗୋଡ଼ କାଲ ମାରି ଯାଉଛି।

ଶୀତ ଯୋଗୁଁ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇ ପଡ଼ିଛି। ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସୁଛନ୍ତି। ଦାରିଙ୍ଗବାଡ଼ିରେ ସକାଳ ୧୦ ରୁ ୧୧ ନହେଲେ ଶୀତ ଛାଡ଼ୁ ନାହିଁ। ସନ୍ଧ୍ୟା ୫ଟା ହେଲେ ଶୀତ ଯୋଗୁଁ କେହି ଘରୁ ବାହାରୁ ନାହାନ୍ତି। ଦିନ ସାରା ପାଗ ଶୀତୁଆ ରହୁଥିବାରୁ ଲୋକମାନେ ଶୀତବସ୍ତ୍ର ପରିଧାନ କରୁଛନ୍ତି।

Show More
Back to top button