ଗଞ୍ଜାମରେ ଥଣ୍ଡା ଜ୍ୱର ଆତଙ୍କ, ମେଡିକାଲ ନ ଆସି ଗଲାଣି ୩୦ ରୁ ଅଧିକ ଜୀବନ l

ସତ୍ୟଶିଖା ( ଗଞ୍ଜାମ ) ୨୩.୦୭.୨୦୨୦ : ଗଞ୍ଜାମ ରେ କରୋନାକୁ ବଳିଗଲାଣି ଥଣ୍ଡା ଜ୍ୱର ।  ଡାକ୍ତରଖାନା ନଆସି ଗଲାଣି ୩୦ ରୁ ଅଧିକ ଜୀବନ । କରୋନା ବର୍ତମାନ ଗଞ୍ଜାମ ଜିଲ୍ଲାର ସ୍ଥିତି ଦୋହଲାଇଦେଇଥିବା ବେଳେ ନିୟନ୍ତ୍ରଣ ଭିତରକୁ ଆସିପାରୁନି ସ୍ଥିତି । ଏପରି ସ୍ଥିତିରେ ଚିନ୍ତାବଢାଇଲାଣି ଥଣ୍ଡାଜ୍ୱର । ତାଲାବନ୍ଦର କଟକଣା ଭିତରେ ଲୋକେ ଜ୍ୱର, ଥଣ୍ଡାକାଶ ପରି ସାଧାରଣ ଲୋକଙ୍କୁ ମିଳିପାରୁନି ଉପଯୁକ୍ତ ସୁବିଧା । ଋତୁ ବଦଳୁଥିବାରୁ ଜ୍ୱର , ଥଣ୍ଡା ଆକ୍ରାନ୍ତ ସଂଖ୍ୟା ବି ବଢୁଛି । ଏପରି ସ୍ଥିତିରେ ଥଣ୍ଡା ଜ୍ୱରରେ ୩୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବା ଉଦବେଗର ବିଷୟ ହୋଇଛି । ଏହି ମୃତକଙ୍କ ତାଲିକା ଡାକ୍ତରଖାନାରେ ନାହିଁ । ଏମାନେ ସନ୍ଦିଗ୍ଧ କୋଭିଡ୍ ମୃତକରେ ବି ଆସୁନାହାନ୍ତି । ବର୍ତମାନ କରୋନା ମହାମାରୀ ବ୍ୟାପିଥିବା ବେଳେ ଜ୍ୱର, ଥଣ୍ଡା ହେବା କ୍ଷଣି ଲୋକେ ଭୟରେ ଥରୁଛନ୍ତି । କରୋନା ଭାବି ଲୋକେ ଜ୍ୱର ଓ ଥଣ୍ଡାକୁ ଲୁଚାଉଛନ୍ତି । ଉପଯୁକ୍ତ ଚିକିତ୍ସା ପାଇନପାରି ଶେଷରେ ଜୀବନ ହରାଉଛନ୍ତି ଲୋକେ ।

ଅନ୍ୟପକ୍ଷରେ ବର୍ତ୍ତମାନ ଜିଲ୍ଲାରେ ପ୍ରତ୍ୟହ ଜ୍ୱର, ଥଣ୍ଡା ,କାଶ ଆଦିରେ ଲୋକଙ୍କ ମୃତ୍ୟୁ ଘଟୁଛି। ଜ୍ୱର, ଥଣ୍ଡା, କାଶରେ ଅଦ୍ୟାବଧି ଜିଲ୍ଲାରେ କେତେଜଣଙ୍କ ମୃତ୍ୟୁ ଘଟିଛି ତାହା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରୁନାହିଁ । ଗତ କିଛି ଦିନ ତଳେ ଜିଲ୍ଲାପାଳ ସମସ୍ତ ବିଡିଓ ଓ ତହସିଲଦାରମାନଙ୍କୁ ଏକ ଚିଠି ଲେଖି ଜିଲ୍ଲାରେ ଯେ କୌଣସି ମୃତ୍ୟୁ ଘଟିଲେ ଜିଲ୍ଲା ପ୍ରଶାସନ ନଜରକୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ପ୍ରତି ଗ୍ରାମରେ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ରହିଛନ୍ତି । ପ୍ରତ୍ୟକ ଜିଲାରେ କେତେ ଜଣଙ୍କ ମୃତ୍ୟୁ ଘଟୁଛି ସେମାନଙ୍କ ଦ୍ୱାରା ପ୍ରଶାସନ ତଥ୍ୟ ହାସଲ କରିପାରିବ । କିନ୍ତୁ ପ୍ରଶାସନ ବଦନାମ ହେବା ଭୟରେ ଜ୍ୱର, ଥଣ୍ଡା ଓ କାଶ ଜନିତ ମୃତ୍ୟୁ ଲୁଚାଇଥିବା ଅଭିଯୋଗ ହେଉଛି ।

Exit mobile version