ରୋଷେଇ

ନଡିଆ ରସ ମିଠା ରାଇସ୍‌

ସତ୍ୟଶିଖା(ଭୁବନେଶ୍ୱର) ୧୪.୧୧.୨୦୨୩ :  ଆବଶ୍ୟକ ସାମଗ୍ରୀ-

ବାସୁମତି ଚାଉଳ, ନଡିଆ ରସ, ଲୁଣ, ଘିଅ, ତେଜପତ୍ର, ଗୋଲମରିଚ, ଲବଙ୍ଗ, ଧନିଆ ପତ୍ର, ଚିନି, ଡ୍ରାଏଫୁଡ୍ ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଗ୍ୟାସ୍‌ରେ ଏକ ବଡ ପାତ୍ର ବସେଇ ସେଥିରେ ପାଣି ଢାଳିବେ । ଏହାପରେ ସେଥିରେ ଗୋଲମରିଚ, ଲବଙ୍ଗ, ତେଜପତ୍ର ପକାଇ ଘୋଡଣୀ ଘୋଡାଇ ପାଣିକୁ ଫୁଟିବାକୁ ଛାଡିବେ । ଦେଖିବେ ପାଣି ଫୁଟିଯିବା ପରେ, ସେଥିରେ ବାସୁମତି ଚାଉଳକୁ ଧୋଇ ଫୁଟୁଥିବା ପାଣିରେ ପକାଇବେ ଗୋଳାଇବେ । ଏହାପରେ ସେଥିରେ ଘିଅ, ଆବଶ୍ୟକ ପରିମାଣରେ ଲୁଣ ଏବଂ ଅଳ୍ପ ଚିନି ପକାଇ ଗୋଳାଇବେ । ତାପରେ ସେଥିରେ ନଡିଆ ରସ ପକାଇ ଭଲଭାବେ ମିକ୍ସ କରିବେ । ଏବେ ଚାଉଳକୁ ମଧ୍ୟମ ଆଂଚରେ ରଖି ସିଝିବାକୁ ଛାଡିବେ । ଦେଖିବେ ଚାଉଳ ସିଝିଯିବା ପରେ , ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ନଡିଆ ରସ ମିଠା ରାଇସ୍ । ଏହାପରେ ତା ଉପରେ କିଛି ଧନିଆ ପତ୍ର ଏବଂ ଡ୍ରାଏଫୁଡ୍ ପକାଇ , ଗରମ ଗରମ ଏହାର ମଜା ନେଇ ପାରିବେ ।

Show More
Back to top button