ସତ୍ୟଶିଖା ୧୮/୧୨/୨୦୨୦ : କୋଭିଡ୍-୧୯ ମହାମାରୀ ପରବର୍ତ୍ତୀ ମାନ୍ଦା ବଜାରରେ ନିଜର ପରିସ୍ଥିତିକୁ ସଜାଡ଼ିବା ନିମନ୍ତେ ‘କୋକା-କୋଲା’ କମ୍ପାନି ଯୁକ୍ତରାଷ୍ଟ୍ର ଆମେରିକାରେ ୧୨୦୦ ଚାକିରି ସମେତ ବିଶ୍ୱବ୍ୟାପୀ ୨୨୦୦ ଚାକିରି କାଟ କରିବ । ମହାମାରୀ କାରଣରୁ ସିନେମା ହଲ୍, ବାର୍ ଏବଂ ଷ୍ଟାଡିୟମ୍ ଭଳି ମୃଦୁପାନୀୟ ବିକ୍ରୟସ୍ଥଳୀ ସବୁ ବନ୍ଦ ରହିବାରୁ କମ୍ପାନି ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛି ।
ଗୁରୁବାର ଦିନ ଇ-ମେଲ୍ ଯୋଗେ କମ୍ପାନିର ଜଣେ ମୁଖପାତ୍ର କହିଛନ୍ତି, କମ୍ପାନିର ସମୁଦାୟ କର୍ମଚାରୀଙ୍କ ମଧ୍ୟରୁ ୨.୬% କର୍ମଚାରୀ ହ୍ରାସ କରାଯିବ । ଏବର୍ଷ ପ୍ରାରମ୍ଭରେ ଯୁକ୍ତରାଷ୍ଟ୍ର ଆମେରିକାରେ ୧୦,୪୦୦ କର୍ମଚାରୀଙ୍କ ସମେତ ବିଶ୍ୱବ୍ୟାପୀ ୮୬, ୨୦୦ କର୍ମଚାରୀ ଥିଲେ ।
ଆୟ ୮.୭ ବିଲିୟନ୍ ଡଲାର୍ କମିଯିବାରୁ ଏବର୍ଷ ସେପ୍ଟେମ୍ବର ସୁଦ୍ଧା କୋକା-କୋଲାର ଲାଭାଂଶ ୩୩% ବା ୧.୭ ବିଲିୟନ୍ ଡଲାର୍ ହ୍ରାସ ପାଇଛି ।