
ସତ୍ୟଶିଖା (ମୁମ୍ବାଇ) ୨୬/୧୧/୨୦୨୦ : ୨୦୨୦ମସିହାରେ ଅଶୁଭ ଖବର ବନ୍ଦ ହେବାର ନାଁ ନେଉନାହିଁ । ଏବର୍ଷ ଅନେକ ଦିଗ୍ଗଜଙ୍କ ପ୍ରାଣ ଯାଇଛି । ଏବେ ଆର୍ଜେଣ୍ଟିନାର ଫୁଟବଲ୍ କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କ ଦେହାନ୍ତ ହୋଇଯାଇଛି । ୬୦ବର୍ଷ ବୟସରେ ଡିଏଗୋ ମାରାଡୋନାଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ଏହି ଖବରରେ ଦେଶବ୍ୟାପି ତାଙ୍କ କୋଟି କୋଟି ପ୍ରଶଂସକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ବଲିଉଡରେ ମଧ୍ୟ ଡିଏଗୋଙ୍କ ପ୍ରଶଂସକଙ୍କ ଲମ୍ବା ତାଲିକା ରହିଛି ଏବଂ ସେମାନେ ସମସ୍ତେ ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ବଲିଉଡ ସେଲିବ୍ରିଟି ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।ସ୍କୁଲ୍ କଲେଜ ଟାଇମରେ ଖେଳପ୍ରିୟ ଶାହରୁଖ ଖାନ୍ ମାରାଡୋନାଙ୍କୁ ସ୍ମରଣ କରି ଲେଖିଛନ୍ତି ଯେ ମାରାଡୋନା ଫୁଟବଲକୁ ଏକ ସୁନ୍ଦର ଖେଳ ବନାଇଛନ୍ତି । ତାଙ୍କୁ ସମସ୍ତେ ବହୁତ ମନେ ପକାଇବେ । ଆପଣ ସେହି ଦୁନିଆକୁ ମଧ୍ୟ ସେହିପରି ମନୋରଞ୍ଜିତ କରିବେ ଯେପରି ଏହି ଦୁନିଆକୁ କରିଛନ୍ତି ।
ଖେଳରେ ଆଗ୍ରହ ଦେଖାଉଥିବା ଅଭିଷେକ ବଚ୍ଚନ ଫୁଟବଲର ଜବରଦସ୍ତ ଫ୍ୟାନ୍ । ଅଭିଷେକ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଲେଖିଛନ୍ତି ଯେ ଆରଆଇପି ଲିଜେଣ୍ଡ । ଏହା ସହିତ ସେ (ହ୍ୟାଶଟ୍ୟାଗ୍ GOAT ଲେଖିଛନ୍ତି ଅର୍ଥାତ୍ Greatest Of All Time) . ରିତେଶ ଦେଶମୁଖ ମାରାଡୋନାଙ୍କ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଲିଜେଣ୍ଡ ମାଟି ବୋଳା ହୋଇଥିବା ଅବସ୍ଥାରେ ଦେଖାଯାଇଛନ୍ତି । ଏହା ସହିତ ଲେଖିଛନ୍ତି ଯେ ଏହି ଫଟୋ ସବୁ କିଛି କହୁଛି lକୁନାଲ କପୁର ଲେଖିଛନ୍ତି ଯେ ଯେତେବେଳେ ଆମେ ବଡ଼ ହେଉଥିଲୁ ସେତେବେଳେ ଯେକୌଣସି ଖେଳରେ ସମସ୍ତେ ଜର୍ସି ନମ୍ବର ୧୦ ପାଇଁ ଲଢ଼ୁଥିଲେ । ଆଉ ମୁଁ ଜଣେ ସମସ୍ତଙ୍କ ରୁମରେ ତାଙ୍କ ପୋଷ୍ଟର ରହୁଥିଲା । ମାରାଡୋନାଙ୍କ ଏପରି କରୀଶ୍ମା ଏବଂ ପ୍ରଭାବ ଥିଲା । ରଣବୀର ସିଂହ ମାରାଡୋନାଙ୍କ ଫଟୋ ସେୟାର କରି ଭାଙ୍ଗିଯାଇଥିବା ହୃଦୟର ଇମୋଜୀ କରିଥିଲେ । ଶେଖର କପୁର ଲେଖିଛନ୍ତି ଯେ ଆରଆଇପି ମାରାଡୋନା । ପେଲେ ପରେ ଫୁଟବଲ୍ ଦୁନିଆରେ ମହାନ୍ ଖେଳାଳି । ମଧୁର ଭଣ୍ଡାକର ଲେଖିଛନ୍ତି ଯେ ଫୁଟବଲ ନିଜର ସବୁଠୁ ମହାନ ଆଇକନକୁ ହରାଇଦେଲା। ବାସ୍ତବରେ କିମ୍ବଦନ୍ତୀ ।
ନିମରତ କୌର ଲେଖିଛନ୍ତି ଯେ କିମ୍ବଦନ୍ତୀଙ୍କ ଉତ୍ତରଦାନ ଅମର ରହୁ । ଈଶା ଦେଓଲ୍ ମାରାଡୋନାଙ୍କୁ ନିଜ ପ୍ରେରଣା କହି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅନୁରାଗ କଶ୍ୟପ ଭଙ୍ଗା ହୃଦୟର ଇମୋଜୀ କରି ନିଜ ଦୁଃଖ ପ୍ରକାଶ କରିଛନ୍ତି । ଡାଇରେକ୍ଟର ଅନିଲ ଶର୍ମା ଲେଖିଛନ୍ତି ଯେ ଲୋକେ ତାଙ୍କ ପାଇଁ ଫୁଟବଲ୍ ଦେଖୁଥିଲେ । ତାଙ୍କଠୁ ବଡ଼ କେହି ନାହାନ୍ତି ।