ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ହିତକର l


ସତ୍ୟଶିଖା ( ଭୁବନେଶ୍ୱର ) ୦୯ .୧୦.୨୦୨୦ : ସୋରିଷ ତେଲ ସମସ୍ତଙ୍କ ଘରେ ଉପଲବ୍ଧ । ଦୈନନ୍ଦିନ ଜୀବନରେ ସୋରିଷ ତେଲର ଅନେକ ବ୍ୟବହାର ରହିଛି । ଖାଦ୍ୟ ରୋଷେଇ ସହ ଏହାର ଅନ୍ୟ ଉପକାରିତା ମଧ୍ୟ ରହିଛି । ସୋରିଷ ତେଲ ବ୍ୟଞ୍ଜନକୁ ଯେତିକି ସ୍ୱାଦିଷ୍ଟ କରିଥାଏ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ଡାକ୍ତର ଓ ଡାଏଟିସିଆନ ମଧ୍ୟ ଖାଇବାରେ ଅନ୍ୟ ତେଲ ଅପେକ୍ଷା ସୋରିଷ ତେଲ ବ୍ୟବହାର କରିବାକୁ ପ୍ରାଥମିକତା ଦେଇଥାନ୍ତି । ଏହା ଏକ ଔଷଧ ଭଳି କାମ କରିଥାଏ ।
କରୋନା ମହାମାରୀ ସମସ୍ତଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବାକୁ ଚେତାବନୀ ଦେଇଛି । ନିଜକୁ ସୁରକ୍ଷିତ ରଖିବାକୁ ଲୋକେ ଅନେକ ପ୍ରକାର କାଢ଼ା ତିଆରି କରି ସେବନ କରୁଛନ୍ତି । ବିଶେଷଜ୍ଞଙ୍କ କହିବାନୁଯାୟୀ, ସୋରିଷ ତେଲ ଖାଇଲେ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ । ସୋରିଷ ତେଲରେ ମୋନୋସାଚୁରେଟେଡ୍ ଫେଟି ଏସିଡ ରହିଛି ଯାହା ଶରୀରରେ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ସୋରିଷ ତେଲରେ ଅଲ୍ଫା ଲିମୋଲେନିକ୍ ଏସିଡ୍ ରହିଛି ଯାହା ହୃଦୟକୁ ସୁସ୍ଥ ରଖିଥାଏ ।
୧. ଯାଦୁ କାଛୁରୁ କରେ ରକ୍ଷା– ସୋରିଷ ତେଲରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗଲ ତତ୍ତ୍ୱ ରହିଛି ଏବଂ ଏହା ଡାଇଜେଷ୍ଟିଭ୍ ତତ୍ତ୍ୱ ଯାହା ହାନିକାରକ ସଂକ୍ରମଣରୁ ରକ୍ଷା କରିଥାଏ । ଏଥିରେ ଓ଼ମେଗା-୩, ଓ଼ମେଗା-୫ ଫେଟି ଏସିଡ ଓ ଭିଟାମିନ-ଇ ରହିଛି ଯାହା ଶରୀରକୁ ପୋଷଣ ଯୋଗାଇଥାଏ ଏବଂ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ ।
୨. ସାଇନସ ଓ ଥଣ୍ଡାକାଶରୁ ରକ୍ଷା– ସୋରିଷ ତେଲରେ ଥିବା ତୀକ୍ଷ୍ଣ ତତ୍ତ୍ୱ ସାଇନସକୁ ସଫା କରିବାରେ ଉପଯୋଗୀ । ରସୁଣ, ଲବଙ୍ଗ ସହ ଗରମ ସୋରିଷ ତେଲ ପାଦରେ ଓ ଛାତିରେ ମାଲିସ କଲେ ଥଣ୍ଡାକାଶରୁ ଆଶ୍ୱସ୍ତି ମିଳିଥାଏ ।
୩. ଲାଲ ରକ୍ତ କୋଷକୁ ମଜବୁତ କରେ– ସୋରିଷ ତେଲରେ ପ୍ଲାଜମା, ସେଲ ଲିପିଡ ଓ ସେଲ ଝିଲ୍ଲୀ ରୂପରେ ଅନେକ ବାୟୋଲଜିକାଲ ଫଙ୍କସନ ପାଇଁ ଶରୀର ଦ୍ୱାରା ଜରୁରୀ ମେଦର ଏକ ପ୍ରମୁଖ ସ୍ରୋତ। ସୋରିଷ ତେଲ କୋଲେଷ୍ଟ୍ରୋଲ କମ କରିବାରେ ସାହାଯ୍ୟ କରିଥାଏ ଏବଂ ଲାଲ ରକ୍ତ କୋଷ ଝିଲ୍ଲୀ ସଂରଚନାରେ ସୁଧାର ଆଣିଥାଏ ।
୪. ହୃଦୟ ସମ୍ବନ୍ଧୀୟ ରୋଗରୁ ସୁରକ୍ଷା– ଗବେଷଣାରୁ ଜଣାପଡିଛି ଯେ ସୋରିଷ ତେଲ ସେବନ ଦ୍ୱାରା ହୃଦଘାତ ଓ ଏନଜାଇନା ବିପଦ ହ୍ରାସ ପାଇଥାଏ । ହୃଦୟ ସମ୍ବନ୍ଧୀୟ ରୋଗରେ ପୀଡିତ ଲୋକଙ୍କ ପାଇଁ ସୋରିଷ ତେଲ ସ୍ୱାସ୍ଥ୍ୟ ବିକଳ୍ପ ବୋଲି କୁହାଯାଏ ।
୫. ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି– ନିୟମିତ ସୋରିଷ ତେଲ ମାଲିସ କଲେ ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣାରୁ ଆଶ୍ୱସ୍ତି ମିଳିଥାଏ । ସୋରିଷ ତେଲରେ ଥିବା ଓ଼ମେଗା-୩ ଗଣ୍ଠିରେ ହେଉଥିବା ଯନ୍ତ୍ରଣାକୁ କମ କରିବାରେ ସାହାଯ୍ୟ କରିଥାଏ । ଏହା ଟ୍ରାଇଗ୍ଲିସରାଇଡ୍ସ, ରକ୍ତଚାପ ଓ ସୁଜନ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।