କୋଲ୍‍ ଇଣ୍ଡିଆର ରେକର୍ଡ କୋଇଲା ଉତ୍ତୋଳନ

ସତ୍ୟଶିଖା( ଭୁବନେଶ୍ୱର )୦୪.୦୫.୨୦୨୨ : ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ କୋଇଲା କମ୍ପାନୀ କୋଲ୍‍ ଇଣ୍ଡିଆ ଚଳିତ ବର୍ଷ ଏପ୍ରିଲ ମାସରେ ରେକର୍ଡ ପରିମାଣ କୋଇଲା ଉତ୍ତୋଳନ କରିଛି। ସେହି ମାସରେ ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନ୍‍ କୋଇଲା ଉତ୍ତୋଳନ ହୋଇଥିବା କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କୋଲ୍‍ ଇଣ୍ଡିଆ ଏବଂ ତାହାର ସହଯୋଗୀ କମ୍ପାନୀଗୁଡିକ ମୋଟ ୫୩୪.୭ ଲକ୍ଷ ଟନ୍‍ କୋଇଲା ଉତ୍ତୋଳନ କରିଛନ୍ତି। ଅନ୍ୟପକ୍ଷରେ ସିଙ୍ଗାରେଣି କୋଲିଆରିଜ୍‍ କମ୍ପାନୀ ଲିମିଟେଡ ଏବଂ ବିଭିନ୍ନ କମ୍ପାନୀର ନିଜସ୍ୱ ଖଣିରୁ ଉତ୍ତୋଳନ ପରିମାଣ ଯଥାକ୍ରମେ ୫୩.୨୩ ଲକ୍ଷ ଟନ୍‍ ଏବଂ ୭୩.୬୧ ଲକ୍ଷ ଟନ୍‍ ରହିଛି। ସେହିଭଳି ଚଳିତ ବର୍ଷ ଏପ୍ରିଲରେ ମୋଟ ୭୦୮.୬୮ ଲକ୍ଷ ଟନ୍‍ କୋଇଲା ବ୍ୟବହାର ଉଦ୍ଦେଶ୍ୟରେ ଉଠାଣ କରାଯାଇଛି। କେବଳ ତାପଜ ଶକ୍ତି କ୍ଷେତ୍ରକୁ କୋଇଲା ଯୋଗାଣ ଏପ୍ରିଲରେ ୬୧୭.୨ ଲକ୍ଷ ଟନ୍‍ରେ ପହଞ୍ଚିଛି। କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କୋଲ୍‍ ଇଣ୍ଡିଆ ଚଳିତ ବର୍ଷ ଏପ୍ରିଲରେ ତାହାର ଉତ୍ତୋଳନ ଲକ୍ଷ୍ୟ ୫୩୪.୭ ଲକ୍ଷ ଟନ୍‍ ହାସଲ କରିବା ସହିତ ୬.୦୨% ଅଭିବୃଦ୍ଧି ହାସଲ କରିଛି।

Exit mobile version