ଦେଶରାଜ୍ୟସ୍ୱାସ୍ଥ୍ୟ

କୋ-ୱିନ ଆପରେ ନାମ ପଞ୍ଜିକରଣ : ପ୍ରଥମ ଦିନରେ, ୩୩ ନିୟୁତ ଲୋକ ପଞ୍ଜୀକୃତ

ସତ୍ୟଶିଖା(ନୂଆଦିଲ୍ଲୀ) ୨୯.୦୪.୨୦୨୧:  ଦେଶରେ ଟିକାକରଣ ହେଲେ ହିଁ କରୋନାକୁ ମାତ୍ ଦେଇ ହେବ। ତେଣୁ ସରକାର ଏବେ ମେ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରାପ୍ତ ବୟସ୍କ (୧୮ରୁ ୪୫) ବର୍ଗର ବ୍ୟକ୍ତି ଏହି ଟିକାକରଣରେ ସାମିଲ୍ ହୋଇପାରିବେ। ଏହାପୂର୍ବରୁ ବୁଧବାର କୋଓ୍ୱିନ୍ ଆପରେ ପଞ୍ଜିକରଣ ଆରମ୍ଭ ହୋଇଯାଇଛି।

ପଞ୍ଜିକରଣର ପ୍ରଥମ ଦିନରେ, ୩୩ ନିୟୁତ ଲୋକ ପଞ୍ଜୀକୃତ କରିଛନ୍ତି। ଏତେ ସଂଖ୍ୟାରେ ପଞ୍ଜିକରଣରୁ ସ୍ପଷ୍ଟ ହୋଇଛି ଯେ ଲୋକମାନେ ଟିକାକୁ ନେଇ ସକାରାତ୍ମକ ରହିଛନ୍ତି। ଆଉ ଉତ୍ସାହ ମଧ୍ୟ ରହିଛି। କୋଓ୍ୱିନ୍ ଆପର ଚେୟାରମ୍ୟାନ୍ ଆର-ଶର୍ମା ଟ୍ୱିଟ୍ କରି କହିଛନ୍ତି ଯେ କୋ-ୱିନରେ ୧.୩୩ କୋଟି ଲୋକ ପଞ୍ଜୀକରଣ କରିଛନ୍ତି। ସେହିପରି ୨.୭୮ କୋଟି ଏସଏମଏସ ପଠାଯାଇଛି।

କୋ-ୱିନ ପୋର୍ଟାଲରେ ପଞ୍ଜୀକରଣ ପ୍ରକ୍ରିୟା ବୁଧବାର ଅପରାହ୍ନ ୪ ଟାରୁ ଆରମ୍ଭ ହୋଇଥିଲା। ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ କୋ-ୱିନ୍ ଆପ୍ ଅଳ୍ପ ସମୟ ପାଇଁ କ୍ରାସ୍ ହୋଇଥିଲା। କୋଓ୍ୱିନ ଆପ୍ ଖୋଲୁନଥିବା ନେଇ ସୋଶାଲ ମିଡିଆରେ ଅନେକ ଅଭିଯୋଗ କରିଥିଲେ।

Show More
Back to top button