ପେଟ୍ରୋଲ୍ ପାଇଁ ସିଏନ୍‌ଜି ଗାଡ଼ି ଗ୍ରହଣୀୟତା ବଢ଼ିବ

ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : ପେଟ୍ରୋଲ୍ ଦର ନିୟମିତ ବୃଦ୍ଧି ପାଉଥିବାରୁ ସିଏନ୍‌ଜି ଓ ପେଟ୍ରୋଲ୍ ଦର ଭିତରେ ଥିବା ଅନ୍ତର ଧୀରେ ଧୀରେ ବଡ଼ ହେବାରେ ଲାଗିଛି । ପେଟ୍ରୋଲ୍ ତୁଳନାରେ ସିଏନ୍‌ଜି ଶସ୍ତାରେ ଉପଲବ୍ଧ ହେଉଛି । ପେଟ୍ରୋଲ୍ ଦର ମହଙ୍ଗା ରହୁଥିବାରୁ ଦେଶରେ ସିଏନ୍‌ଜି ଗାଡ଼ିର ଗ୍ରହଣୀୟତା ବଢ଼ିବ ବୋଲି ‌ରେଟିଂ ଏଜେନ୍ସି କ୍ରିସିଲ୍ ପୂର୍ବାନୁମାନ ଲଗାଇଛି । ଦେଶରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ଏବେ ୮୫ ଟଙ୍କାରୁ ଅଧିକ ରହିଛି । ଶେଷ ଥର ପାଇଁ ୨୦୧୮ ଅକ୍ଟୋବରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୮୦.୫ ଡଲାର ଥିବା ବେଳେ ପେଟ୍ରୋଲ୍ ଦାମ୍ ଏହି ସ୍ତରରେ ଥିଲା । ଏବେ କିନ୍ତୁ ସେହି ଦାମ୍ ୫୫ ଡଲାର ସ୍ତରକୁ ଖସିଥିଲେ ମଧ୍ୟ ପେଟ୍ରୋଲ୍ ମୂଲ୍ୟ ହ୍ରାସ ପାଉନାହିଁ । ଏକ ଲିଟର ପେଟ୍ରୋଲ୍ ଉପରେ କେନ୍ଦ୍ର ସରକାର ୩୨ ଟଙ୍କା ୯୮ ପଇସା ଟିକସ ଲଗାଇଛନ୍ତି । ୨୦୧୯ରେ ପେ‌ଟ୍ରୋଲ୍‌ର ବିକ୍ରି ମୂଲ୍ୟରେ ଟିକସ ଭାଗ ୪୭% ଥିଲା । ଏବେ ତାହା ୬୦%ରୁ ଅଧିକ ରହିଛି । ନିକଟ ଭବିଷ୍ୟତରେ ଟିକସ ହ୍ରାସ ପାଇବାର କୌଣସି ସମ୍ଭାବନା ଦେଖାଯାଉନାହିଁ ।
ଇତି ମଧ୍ୟରେ ଶକ୍ତି କ୍ଷେତ୍ରରେ ଗ୍ୟାସ୍‌ର ଭାଗ ବଢ଼ାଇବା ଲାଗି ସରକାର ସହର ଗ୍ୟାସ୍‌ ବିତରଣ ନେଟ୍‌ୱର୍କକୁ ତ୍ବରାନ୍ବିତ କରିଛନ୍ତି । ଏହି ନେଟ୍‌ୱର୍କ‌ରେ ସିଏନ୍‌ଜିର ଚାହିଦା ସର୍ବାଧିକ ୪୦% ରହିଛି । ଏବେ ଦେଶରେ ବର୍ଷକୁ ବିକ୍ରି ହେଉଥିବା ମୋଟ୍ ଗାଡ଼ି ମଧ୍ୟରେ ସିଏନ୍‌ଜି ଗାଡ଼ିର ଭାଗ ମାତ୍ର ୫% ରହିଛି । ମାତ୍ର ବିଏସ୍‌-୬ ନିୟମ ଲାଗୁ ହେବା ପରେ ଡିଜେଲ୍ ଗାଡ଼ିର ଦାମ୍ ବହୁତ ବଢ଼ିଛି । ବିଗତ ତିନି ବର୍ଷ ଭିତରେ ସିଏନ୍‌ଜି ବିକ୍ରି ବାର୍ଷିକ ୧୧% ହାରରେ ବଢ଼ୁଛି ।

Exit mobile version