

ସତ୍ୟଶିଖା(ଭୁବନେଶ୍ୱର ) ୨୭.୧୨.୨୦୨୧: କଟକ-ଚାନ୍ଦବାଲି ରାଜପଥର ପୀରବଜ଼ାର ନିକଟରେ ଭୟରପୁର ଗ୍ରାମର ଜୟନ୍ତ ସାମଲ ଙ୍କ ମୃତ୍ୟୁ ପରେ ପୋଲିସ୍ ର ତନାଘନା ଆରମ୍ଭ ହୋଇଛି । କମିଶନରେଟ୍ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ ହୋଇଛି । ତେବେ ମାଞ୍ଜାସୁତା ରଖିବା ଅଭିଯୋଗରେ ଗୋଟିଏ ବ୍ୟବସାୟୀଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ମାଞ୍ଜା ରଖି ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଡ଼ିସିପି ପ୍ରତୀକ ସିଂ ସୁଚନା ଦେଇଛନ୍ତି । ଏନେଇ କଟକର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଡ଼୍ରାଇଭ୍ ଚାଲିଥିବା କଥା ମଧ୍ୟ କହିଛନ୍ତି । ଗତକାଲି ଘଟଣା ଘଟିଥିବା ଅଭିଯୁକ୍ତ କୁ ଧରିବାକୁ ଚଢାଉ ଜାରୀ ରହିଛନ୍ତି । ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢାଉ ପାଇଁ ନିର୍ଦ୍ଦେଶ ହୋଇଛି । ମାଞ୍ଜା ସୁତା ର ବିକ୍ରି ଓ ବ୍ୟବହାର ଉପରେ ହେବ ଯାଞ୍ଚ । ଏନେଇ କଟକ ମହାନଗର ନିଗମ ଡ଼େପୁଟି ମଧ୍ୟ ସୁଚନା ଦେଇଛନ୍ତି ।