ଦେଶ

ଧର୍ମେନ୍ଦ୍ର ପ୍ରଧାନ – ରାଜ୍ୟର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ଯୋଗାଇବା ପାଇଁ କେନ୍ଦ୍ରର ପ୍ରତିଶ୍ରୁତି l

ସତ୍ୟଶିଖା ୨୧ . ୦୮.୨୦୨୦ : ରାଜ୍ୟରେ ୟୁରିଆ ସାରର ଅଭାବ ନେଇ ଶୁକ୍ରବାର କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚଳିତ ଖରିଫ ଋତୁ ସମୟରେ ଓଡିଶାର ଚାଷୀଙ୍କୁ ପର୍ଯ୍ୟାପ୍ତ ୟୁରିଆ ଯୋଗାଣରେ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ମାଣ୍ଡଭିୟ ପ୍ରତିଶ୍ରୁତି ଦେଇଥିବା ଟ୍ୱିଟ୍‌ ଯୋଗେ ଶ୍ରୀ ପ୍ରଧାନ କହିଛନ୍ତି ।

ସେ କହିଛନ୍ତି ଯେ, ରାଜ୍ୟରେ ୟୁରିଆ ସାରର ଅଭାବ ନେଇ ବିଭିନ୍ନ ମହଲରୁ ଅଭିଯୋଗ ହେବା ପରେ ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଏ ନେଇ ତାଙ୍କୁ ଅବଗତ କରିଥିଲେ । ଏହା ପରେ ସେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟଙ୍କ ସହ ଫୋନ ଯୋଗେ କଥା ହୋଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି । ଉଲ୍ଲେଖନୀୟ ଯେ, ଶ୍ରୀ ପ୍ରଧାନଙ୍କ ଏ ସମ୍ପର୍କିତ ଟ୍ୱିଟରେ ପ୍ରତିକ୍ରିୟା ଦେଇ ଶ୍ରୀ ମାଣ୍ଡଭିୟ ଓଡିଶାର କୋଣ ଅନୁକୋଣକୁ ପର୍ଯ୍ୟାପ୍ତ ସାର ଯୋଗାଣ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ।

Show More
Back to top button