

ସତ୍ୟଶିଖା (କୋଲକାତା) ୧୮ .୦୯.୨୦୨୦ : ପ୍ରଖ୍ୟାତ ଫ୍ୟାଶନ୍ ଡିଜାଇନର ଶର୍ବରୀ ଦତ୍ତାଙ୍କର ପରଲୋକ ଘଟିଛି । ଶର୍ବରୀଙ୍କ ଶବ ତାଙ୍କ କୋଲକାତା ସ୍ଥିତ ବାସଭବନର ବାଥରୁମରୁ ଉଦ୍ଧାର ହୋଇଛି । ଶର୍ବରୀଙ୍କ ମୃତ୍ୟୁର କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।
ପୋଲିସର କହିବା ମୁତାବକ ବାଥରୁମରୁ ପାଖାପାଖି ରାତି ୧୨ଟାରେ ଶର୍ବରୀଙ୍କ ଶବ ଜବତ କରାଯାଇଛି । ସୂଚନା ମିଳିବା ମାତ୍ରେ କୋଲକାତା ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଶର୍ବରୀଙ୍କ ପରିବାର ଲୋକଙ୍କ କହିବା ମୁତାବକ ୬୩ବର୍ଷ ବୟସ୍କା ଶର୍ବରୀଙ୍କୁ ଶେଷ ଥର ମଙ୍ଗଳବାର ରାତିରେ ଡିନର କରିବାବେଳେ ଦେଖାଯାଇଥିଲା । ଏହା ପରଠୁ ସେ କାହା ସହିତ କଥା ହୋଇନଥିଲେ ।