ମ୍ୟାଗି – ୨ଟି
କଟା ପିଆଜ – ୧ଟି
କଞ୍ଚା ଲଙ୍କା – ୨ଟି
ବିନସ – ଅଳ୍ପ
ମଟର ଛୁଇଁ – ଆବଶ୍ୟକ ପରିମାଣରେ
ଗାଜର – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
କଟା କ୍ୟାପସିକମ – ୧ଟି
ତେଲ – ଆବଶ୍ୟକ ପରିମାଣରେ
ବେସନ – ଅଳ୍ପ
ଏକ ମାଟି ପାତ୍ର
ଧନିଆ ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ଗ୍ୟାସ ଲଗାଇ କଡେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ଏଥିରେ କଞ୍ଚା ଲଙ୍କା, ବିନସ , ଗାଜର, ମଟର ଛୁଇଁ, ପିଆଜ,କ୍ୟାପସିକମ ପକାଇ ଭାଜନ୍ତୁ । ଅଳ୍ପ ଭାଜିବା ପରେ ଏଥିରେ ସାମାନ୍ୟ ବେସନ ପକାଇ ଭାଜନ୍ତୁ । ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ ,ଲଙ୍କା ଗୁଣ୍ଡ, ଲୁଣ ପକାଇ ଗୋଳାନ୍ତୁ । ଗୋଳାଇବା ପରେ ଏଥିରେ ପାଣି ଦିଅନ୍ତୁ। ପାଣି ଫୁଟିବା ପରେ ଏଥିରେ ମ୍ୟାଗି ପକାନ୍ତୁ ।
ମାଟି ହାଣ୍ଡି ମ୍ୟାଗି
