ରାଜ୍ୟ
ରାଜ୍ୟରେ ଆଉ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ


ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮ରେ ପହଞ୍ଚି ଯାଇଛି।
ଆକ୍ରାନ୍ତଙ୍କ ମଧ୍ୟରୁ ୧୦୫୪ ଜଣ ଚିକିତ୍ସାଧୀନ ଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିଲେ ବି ସେମାନଙ୍କର ଏଥିଯୋଗୁ ମୃତ୍ୟୁ ଘଟି ନଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ବାକିମାନେ ସୁସ୍ଥ ହୋଇସାରିଛନ୍ତି।
ଆହୁରି ପଢ଼ନ୍ତୁ
Death due to COVID- 7
Death due to other than COVID-2
Active cases- 1054— H & FW Dept Odisha (@HFWOdisha) June 3, 2020
ନୂତନ ଭାବେ ଚିହ୍ନଟ ଏହି ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ଅନ୍ୟ ୧୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।
[ad_2]