ଜୀବନମନ୍ତ୍ର

ଏକାସହ ପରଷନ୍ତୁ ନାହିଁ ୩ଟି ରୁଟି; ଜାଣନ୍ତୁ ଏହାର ଧାର୍ମିକ ଓ ବୈଜ୍ଞାନିକ କାରଣ

ସତ୍ୟଶିଖା( ଭୁବନେଶ୍ୱର )୦୯.୦୪.୨୦୨୨ : ହିନ୍ଦୁ ଧର୍ମରେ ଅନେକ ମାନ୍ୟତା ରହିଛି। ଏହା ପଛରେ ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଥିବାର ଦେଖାଯାଏ। ଅନେକ ଲୋକଙ୍କୁ ଏହା ଜଣାନଥାଏ। ମାତ୍ର ତାହାର ପାଳନ କରିଥାଆନ୍ତି। ସେଭଳି ଅନେକ ସମୟରେ ଶୁଣିଥିବେ ୩ ଅଙ୍କକୁ ନେଇ। ଅଧିକାଂଶ ଲୋକେ ୩ଟି ଜିନିଷ ଦେବା, ବ୍ୟବହାର କରିବା ଆଦିକୁ ନେଇ ବାରଣ କରୁଥିବା ମଧ୍ୟ ଶୁଣି ଥିବେ। ପୂଜାପାଠ ଆଦି ଅନେକ କାର୍ଯ୍ୟରେ ୩ ଅଙ୍କର ବ୍ୟବହାର ହେଉଥିବା ଦେଖାଯାଏ। ଏଭଳି ଖାଦ୍ୟ ଥାଳିରେ ଏକା ସହ ୩ଟି ରୁଟି ପରଷିବାକୁ ବାରଣ କରାଯାଏ। କୌଣସି ବ୍ୟକ୍ତି ଖାଦ୍ୟ ଥାଳିରେ ଏକାସହ ୩ଟି ରୁଟି ପରଷିଲେ ଘରର ବୟୋଜ୍ୟେଷ୍ଠ ମାନେ ଏହାକୁ ମଧ୍ୟ ବାରଣ କରିଥାଆନ୍ତି।
ଏହା ଘରର କଥା। ମାତ୍ର ବାହାର ସ୍ଥାନରେ ଖାଦ୍ୟ ଖାଇବା ସମୟରେ ମଧ୍ୟ ଲକ୍ଷ୍ୟ କରିବେ ୩ଟି ରୁଟି ଏକା ସହ ପରଷା ଯାଇନଥାଏ। କେଉଁ କାରଣରୁ ଥାଳିରେ ଏକାସହ ୩ଟି ରୁଟି ପରଷାଯାଇନଥାଏ, ତାହାର ଧାର୍ମିକ ଓ ବୈଜ୍ଞାନିକ କାରଣ ଜାଣନ୍ତୁ…..
ହିନ୍ଦୁ ମାନ୍ୟତା ଅନୁଯାୟୀ, ଥାଳିରେ ୩ଟି ରୁଟି ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଉଥିବା ଭୋଜନ ସହ ସମାନ । କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେମାନଙ୍କ ଉଦ୍ଦେଶ୍ୟରେ ପ୍ରଥମେ ଭୋଜନ ଥାଳିରେ ଏକାସହ ୩ଟି ଖାଦ୍ୟ ଜିନିଷ ରଖାଯାଇଥାଏ। ମୃତକଙ୍କୁ ସେହି ଥାଳି ସମର୍ପଣ  କରାଯାଇଥାଏ।
ଅନ୍ୟ ଏକ ମାନ୍ୟତା ଅନୁଯାୟୀ, କୌଣସି ବ୍ୟକ୍ତି ଥାଳିରେ ଏକାସହ ୩ଟି ରୁଟି ରଖି ସେବନ କରିଥାଏ, ତେବେ ମନରେ ଅନ୍ୟ ପ୍ରତି ଶତ୍ରୁତା ଭାବ ଉତ୍ପନ୍ନ ହୋଇଥାଏ। ଏହି କାରଣରୁ ମଧ୍ୟ ଥାଳିରେ ଏକାସହ ୩ଟି ରୁଟି ପରଷା ଯାଇନଥାଏ।
ବୈଜ୍ଞାନିକ କାରଣ ……
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବ୍ୟକ୍ତିଙ୍କୁ ସାରା ଦିନ ମଧ୍ୟରେ ଅଳ୍ପ ଅଳ୍ପ କରି ଭୋଜନ ଗ୍ରହଣ କରିବା ଉଚିତ। ଏକାସହ ଅଧିକ ଖାଦ୍ୟ ଖାଇବା ଉଚିତ ନୁହେଁ। ବ୍ୟକ୍ତିଙ୍କ ପାଇଁ ଥାଳିରେ ଏକ ପାତ୍ରରେ ଡାଲି,ତରକାରୀ,୫୦ ଗ୍ରାମ ଭାତ ଓ ୧ କିମ୍ବା ୨ଟି ରୁଟି ଖାଇବା ଆବଶ୍ୟକ। ୨ଟି ରୁଟିରୁ ଜଣେ ବ୍ୟକ୍ତିଙ୍କୁ ୧୨୦୦ ରୁ ୧୪୦୦ କ୍ୟାଲୋରୀ ଶକ୍ତି ମିଳିଥାଏ। ଏହାଠାରୁ ଅଧିକ ଭୋଜନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ହୋଇଥାଏ।

 

Show More
Back to top button