

ସତ୍ୟଶିଖା(ଭୁବନେଶ୍ୱର) ୧୮.୧୨.୨୦୨୧: ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତ ମୃତ୍ୟୁ ମାମଲାକୁ ଗୁରୁତର ସହ ତଦନ୍ତ କରୁଛି କ୍ରାଇମ୍ବ୍ରାଂଚ । ଆବଶ୍ୟକ ପଡ଼ିଲେ କିଛି ଲୋକଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ କରାଯାଇପାରେ । ଏହା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା । ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି, ସାକ୍ଷୀମାନଙ୍କ ବୟାନ ମଧ୍ୟ ରେକର୍ଡ କରାଯାଉଛି । ତଦନ୍ତର ଅଗ୍ରଗତି ହୋଇଛି, ଏପର୍ଯ୍ୟନ୍ତ ନିଷ୍କର୍ସରେ ପହଂଚିନାହୁଁ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।
ଘଟଣାର ଅନୁଧ୍ୟାନ ପାଇଁ କ୍ରାଇମ୍ବ୍ରାଂଚ ଏଡିଜି ସଂଜୀବ ପଣ୍ଡା ପୁରୀ ଏସ୍ପି ଅଫିସ୍ରେ ପହଂଚିଥିଲେ । ଘଟଣା ନେଇ ପୁରୀ ଏସ୍ପିଙ୍କ ସହ ଆଲୋଚନା କରିଥିଲେ । ଏବେ ଜଗନ୍ନାଥ ଉପରେ କ୍ରାଇମବ୍ରାଞ୍ଚର ତଦନ୍ତ କେନ୍ଦ୍ରୀଭୂତ ହୋଇଛି । ୫ ଜଣଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରି ଛାଡି ଦେଇଥିବା ସୂଚନା ମିଳିଛି । ହେଲେ ଏବେ ବି ଜଗନ୍ନାଥ ଅଟକ ଥିବା କୁହାଯାଇଛି । ଆଜି କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ଜଗନ୍ନାଥ ଗାଁକୁ ଯାଇ ତଦନ୍ତ କରିପାରେ । ଗତକାଲି କ୍ରାଇମ୍ବ୍ରାଂଚ ଟିମ୍ ଜଗନ୍ନାଥର ଭଡା ଘରକୁ ଯାଇ ଛାନ୍ଭିନ୍ କରିଥିଲା ।