ରାଜ୍ୟ
ଚିଟଫଣ୍ଡ ମାମଲା : ୨ଜଣଙ୍କୁ ଗିରଫ କଲା ସିବିଆଇ


ସତ୍ୟଶିଖା(ଭୁବନେଶ୍ୱର) ୧୫.୦୭.୨୦୨୧: ପୁଣି ଥରେ ଚିଟଫଣ୍ଡ ମାମଲା କଡ଼ ଲେଉଟାଇଛି । ପୁଣି ଫେରିଛି ଚିଟଫଣ୍ଡ ପ୍ରସଙ୍ଗ । ତେବେ ଏବେ ଠକେଇ ନୁହେଁ, ଠକେଇକୁ ନେଇ ଗିରଫ କରାଯାଇଛି । ଚିଟଫଣ୍ଡ କମ୍ପାନୀ ‘ଗ୍ରୀନରେ’ ମାଲିକଙ୍କ ୨ ଭାଇଙ୍କୁ ସିବିଆଇ ଗିରଫ କରିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଚଢଉ କରି ସିବିଆଇ ଟିମ ସେମାନଙ୍କୁ ଗିରଫ କରିଛି । ଗିରଫ ୨ ଭାଇ ହେଲେ ମୀର ଜମିର ଓ କାଲୁ । ୨୦୧୨ରେ ମାଲିକ ମୀର ହେହେମଦ ଗିରଫ ହୋଇଥିଲେ । ପରେ ତଦନ୍ତରେ ଉକ୍ତ ଚିଟଫଣ୍ଡ ଠକେଇ ତାଙ୍କ ୨ ଭାଇ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ସିବିଆଇ ଟିମ ସେମାନଙ୍କୁ ମଧ୍ୟ ଗିରଫ କରିଛି ।