ଚୀନର ଷଡ଼ଯନ୍ତ୍ର : ଅରୁଣାଚଳର ସୀମାର ନିକଟତର ହେବ ଚୀନର ରେଳ ଲାଇନ୍

ସତ୍ୟଶିଖା (ବେଜିଂ) ୨/୧୧/୨୦୨୦ : ଚୀନ ସାମରିକ ଏବଂ ରଣନୀତିକ କୌଶଳ କରି ମହତ୍ତ୍ବପୂର୍ଣ୍ଣ ସିଚୁଆନ-ତିବ୍ବତ ରେଲଓ୍ବେ ଲାଇନର ନିର୍ମାଣ କରିବାକୁ ଯାଉଛି । ଏହି ରେଲଓ୍ବେ ଲାଇନ୍ ଦକ୍ଷିଣ ପଶ୍ଚିମ ପ୍ରାନ୍ତ ସିଚୁଆନର ୟାନରୁ ଆରମ୍ଭ ହୋଇ ତିବ୍ବତର ଲିଞ୍ଝି ପର୍ଯ୍ୟନ୍ତ ଯିବ । ଏହି ରେଲଓ୍ବେ ଲାଇନ୍ ହେବାରୁ ଚୀନ ଅରୁଣାଚଳ ପ୍ରଦେଶର ପାଖାପାଖି ବର୍ଡର ଯାଏଁ ହୋଇଯିବ । ଚୀନର ସରକାରୀ ପତ୍ରିକା ଗ୍ଲୋବାଲ୍ ଟାଇମ୍ସ ଏହି ପ୍ରୋଜେକ୍ଟ ସହ ଜଡ଼ିତ ଟେଣ୍ଡର ପ୍ରକ୍ରିୟା ପୂରା ହେବାର ଘୋଷଣା କରିଛି । ଚୀନ ରେଲଓ୍ବେ ଶନିବାର ଏହି ରୁଟରେ ନିର୍ମାଣ ହେବାକୁ ଯାଉଥିବା ୨ଟି ସୁଡ଼ଙ୍ଗ ଏବଂ ଗୋଟିଏ ପୋଲର ଟେଣ୍ଡର ଫଳର ଘୋଷଣା କରିଛି । ଏହା ବ୍ୟତୀତ ୟାନ-ଲିଞ୍ଝି ଲାଇନକୁ ବିଜୁଳି ଯୋଗାଣ କରୁଥିବା ଟେଣ୍ଡରିଂ ମଧ୍ୟ ଫାଇନାଲ୍ ହୋଇ ଯାଇଛି ।ଚୀନର ଏହି ନିଷ୍ପତ୍ତି ଏହା ସଙ୍କେତ ଦେଉଛି ଯେ ବେଜିଂ ଏହି ପ୍ରୋଜେକ୍ଟ ଉପରେ ଖୁବ୍ ଶୀଘ୍ର କାମ କରିବାକୁ ଯାଉଛି । ସିଚୁଆନ-ତିବ୍ବତ ରେଲଓ୍ବେ ଲାଇନ ସିଚୁଆନର ରାଜଧାନୀ ଚେଙ୍ଗଡ଼ୁରୁ ଆରମ୍ଭ ହେବ । ଏହି ରେଳ ଲାଇନ୍ ନିର୍ମାଣ ହେବା ପରେ ହ୍ଲାସା ପର୍ଯ୍ୟନ୍ତ ୪୮ଘଣ୍ଟାର ଯାତ୍ରା ମାତ୍ର ୧୩ଘଣ୍ଟାରେ ସମ୍ଭବ ହୋଇପାରିବ । ସିଚୁଆନ-ତିବ୍ବତ ରେଲଓ୍ବେ ତିବ୍ବତରେ ଚୀନର ଦ୍ବିତୀୟ ପ୍ରୋଜେକ୍ଟ। ଏହା ପୂର୍ବରୁ ଚୀନ କିଙ୍ଘାଇ-ତିବ୍ବତ ପ୍ରୋଜେକ୍ଟ ଉପରେ କାମ କରୁଛି । ଏହି ରେଳ ଲାଇନ୍ କିଙ୍ଘାଇ-ତିବ୍ବତ ପଠାରରୁ ହୋଇ ଅତିକ୍ରମ କରିବ ।
ସିଚୁଆନ-ତିବ୍ବତ ରେଲଓ୍ବେ ଲାଇନ୍ ତିବ୍ବତର ଯେଉଁଠାରେ ସମାପ୍ତ ହେବ,ସେହି ସ୍ଥାନ ଅରୁଣାଚଳ ପ୍ରଦେଶର ବର୍ଡ଼ର ଖୁବ୍ ନିକଟତର । ଚୀନ ଅରୁଣାଚଳ ପ୍ରଦେଶକୁ ନିଜର ଅଂଶ ମାନୁଛି । ଚୀନ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତର ଅଂଶ ମାନୁଛି । ଭାରତ ଚୀନର ଏହି ଦାବିକୁ କଡ଼ାକଡ଼ିଭାବେ ବିରୋଧ କରୁଛି ଏବଂ କହିଛି ଯେ ସମ୍ପୂର୍ଣ୍ଣ ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ । ସିଚୁଆନ୍-ତିବ୍ବତ ରେଲଓ୍ବେ ଲାଇନର ଲମ୍ବ ୧୦୧୧କିଲୋମିଟର ହେବ । ଏହି ରୁଟରେ ଟ୍ରେନଗୁଡ଼ିକ ୧୨୦କିଲୋମିଟର ପ୍ରତି ଘଣ୍ଟାରୁ ଆରମ୍ଭ ହୋଇ ୨୦୦ କିଲୋମିଟର ପ୍ରତି ଘଣ୍ଟାର ବେଗରେ ଚାଲିବ । ଏହି ପ୍ରୋଜେକ୍ଟରେ ଚୀନ ୪୭.୮ ଡଲାର ଖର୍ଚ୍ଚ କରିବ ।