ସତ୍ୟଶିଖା ୦୬/୦୧/୨୦୨୧ : ଗଲୱାନ ଗଣ୍ଡଗୋଳ ବେଳେ ଅଣ-ପାରମ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା ଚୀନ ସେନା । ତେଂଟା, ଲମ୍ବା ଛୁରୀ ଓ କଂଟା ଲଗା ବାଡିରେ ଆକ୍ରମଣ କରିଥିଲା ଚୀନ ସେନା । ୨୦୨୦ ପାଇଁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ତାର ବାର୍ଷିକ ସମୀକ୍ଷା ରିପୋର୍ଟରେ ଏହିକଥା କହିଛି । ଏକ ପାଖିଆ ଭାବେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସ୍ଥାତାବସ୍ଥା ପରିବର୍ତନ କରିବାକୁ ଚେଷ୍ଟା କରିଥିଲା ଚୀନର ପିପୁଲ୍ସ ଲିବରେସନ ଆର୍ମି ।
ଏପରିକି ଏଲଏସିରେ ବହୁ ସଂଖ୍ୟାରେ ସୈନିକ ଠୁଳ କରିଥିଲା । ଜୁନ୍ ୧୪-୧୫ ରାତିରେ ଭାରତ ଭିତରକୁ ଚୀନ ସେନା ବଳପୂର୍ବକ ପଶିବାକୁ ଚେଷ୍ଟା କଲାବେଳେ ଦ୍ୱିପାକ୍ଷୀକ ଚୁକ୍ତିକୁ ସମ୍ମାନ ଦେଇ କେବଳ ବାଧା ଦେଇଥିଲା ଭାରତୀୟ ସେନା । ହେଲେ ଭାରତୀୟ ସୈନିକଙ୍କ ଉପରେ ବିଭିନ୍ନ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଫଳରେ ୨୦ ଜଣ ଭାରତୀୟ ସୈନ୍ୟ ଏହି ଗଣ୍ଡଗୋଳରେ ସହିଦ ହୋଇଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି ।