ସତ୍ୟଶିଖା (ଓ୍ବାସିଂଟନ) ୪/୧୧/୨୦୨୦ : ତାଇଓ୍ବାନର ବଢ଼ୁଛି ସାମରିକ ସମାର୍ଥ୍ୟ । ଚୀନକୁ ଲାଗୁଛି ଝଟ୍କା।ଚୀନର ବାରମ୍ବାର ଚେତାବନୀ ସତ୍ବେ ଆମେରିକା ତାଇଓ୍ବାନକୁ ଯୁଦ୍ଧାସ୍ତ୍ର ପଠାଉଥିବା ଦେଖିବାକୁ ମିଳିଛି । ନିକଟରେ ଆମେରିକା ୨୩୭ କୋଟି ଡଲାରର ମିସାଇଲ ପଠାଇବା ପାଇଁ ସହମତି ପ୍ରକାଶ କରିବାକୁ ନେଇ ଚୀନ ବିରୋଧ କରିଥିଲା । ଏବେ ପୁଣି ଥରେ ଆମେରିକା ୬୦ କୋଟି ଡଲାର (ପାଖାପାଖି ୪୪ ଶହ କୋଟି ଟଙ୍କା)ର ସଶସ୍ତ୍ର ଡ୍ରୋନ୍ ତାଇଓ୍ବାନକୁ ବିକ୍ରି କରିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି ।
ଚୀନ୍କୁ ଝଟ୍କା: ତାଇଓ୍ବାନକୁ ସଶସ୍ତ୍ର ଡ୍ରୋନ୍ ଦେବାକୁ ଅନୁମତି ଦେଲା ଆମେରିକା
