
ସତ୍ୟଶିଖା ୨୨.୦୯.୨୦୨୦ : ଥମୁନି ଭାରତ-ଚୀନ ବିବାଦ । ଚାଇନା ଆପକୁ ଭାରତ ବ୍ୟାନ କଲା ପରେ ଔଷଧ ତିଆରି ପାଇଁ ବ୍ୟବହୃତ ହେଉଥିବା କଞ୍ଚାମାଲ ଦର ବୃଦ୍ଧି କଲା ଚୀନ । ଯାହା ଫଳରେ ଭାରତୀୟ ବଜାରରେ ଔଷଧର ମୂଲ୍ୟ ୧୦ ରୁ ୨୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ବିଶେଷଞ୍ଜମାନେ ମତ ଦେଇଛନ୍ତି । ଭାରତ ଓ ଚୀନ ଭିତରେ ଚାଲିଥିବା ବିବାଦ ପାଇଁ ଭାରତୀୟ ବଜାରରେ ଔଷଧ ମହଙ୍ଗା ହେବାକୁ ଯାଉଛି । ଏହା ସତ୍ୟ ଯେ ଭାରତସରକାର ଯେତେ କଟକଣା ଚୀନ ପାଇଁ ଲଗାଇଲେ ବି ଚୀନ ଉପରେ ନିର୍ଭର ନକରି ଏତେ ଶିଘ୍ର ଭାରତ ଆତ୍ମନିର୍ଭରଶୀଳ ହୋଇପାରିବ ନାହିଁ । ଭାରତରେ ବହୁଗୁଡିଏ କମ୍ପାନୀ ଔଷଧ ତିଆରି କରୁଥିଲେ ବି ଔଷଧ ନିର୍ମାଣରେ ଦରକାର ପଡୁଥିବା କଞ୍ଚାମଲ ଏକ ବଡ ଭାଗ ଚୀନ ଠାରୁ ଆମଦାନୀ କରାଯାଏ ।ଏଭଳି ସ୍ଥଳେ ଭାରତୀୟ ବଜାରକୁ ଦୃଷ୍ଟିରେ ରଖି ଚୀନ ଏହି କଞ୍ଚାମାଲର ଦର ୧୦ ରୁ ୨୦ ପ୍ରତିଶତ ବୃଦ୍ଧି କରିଛି । ଯାହାର ସିଧା ସଳଖ ପ୍ରଭାବ ଭାରତୀୟ ଔଷଧ ବଜାରରେ ପଡିବାକୁ ଯାଉଛି । ଆଗାମୀ ୨ ମାସ ଭିତରେ ଯେବେ ଔଷଧ କମ୍ପାନୀ ମାନେ ସେମାନଙ୍କର କଞ୍ଚାମାଲ ଚୀନ ଠାରୁ କିଣିବେ ସେମାନଙ୍କୁ ଏହି ଉଚ୍ଚା ଦରରେ କଣିବାକୁ ପଡିବ । ଫଳରେ ଭାରତୀୟ ବଜାରରେ ଔଷଧର ମୂଲ୍ୟ ସେହି ପରିମାଣରେ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି ।