ସତ୍ୟଶିଖା (ଓ୍ବାଶିଂଟନ୍) ୧୦.୧୦.୨୦୨୦ : ଏଲଏସିରେ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଲାଗିରହିଛି । ସୀମାରେ ଉତ୍ତେଜନା ମଧ୍ୟରେ ଏଲଏସିରେ ୬୦,୦୦୦ରୁ ଅଧିକ ସୈନିକ ମୁତୟନ କରିଛି ଚୀନ୍ । ଏ ନେଇ ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ସୂଚନା ଦେଇଛନ୍ତି । ସେ ଚୀନ୍ ର ଖରାପ ମନୋଭାବ ଏବଂ ଏକ କ୍ବାର୍ଡ ଦେଶ ପାଇଁ ଚେତାବନୀ ସୃଷ୍ଟି କରୁଥିବାରୁ ତାହାକୁ ଟାର୍ଗେଟ୍ କରିଛନ୍ତି । କ୍ବାର୍ଡ ସମୂହରେ ଆମେରିକା, ଜାପାନ, ଭାରତ ଏବଂ ଅଷ୍ଟ୍ରେଲିଆ ସାମିଲ ଅଛନ୍ତି । କ୍ବାର୍ଡ ଦେଶର ବୈଦେଶିକ ସଚିବମାନେ ମଙ୍ଗଳବାର ଦିନ ଟୋକିଓରେ ସାକ୍ଷାତ ଆଲୋଚନା କରିଥିଲେ । କରୋନା ଭାଇରସ୍ ମହାମାରୀ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ସାକ୍ଷାତ ଆଲୋଚନା ।
ଭାରତର ଉତ୍ତର ସୀମାରେ ୬୦ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି ଚୀନ୍ : ଆମେରିକୀୟ ବୈଦେଶିକ ସଚିବ
