ଖେଳଦେଶମନୋରଞ୍ଜନସିନେମା

ମହିଳା ଦିବସରେ ଝିଅ ଓ ପତ୍ନୀ ଅନୁଷ୍କାଙ୍କୁ ଶୁଭକାମନା ଜଣାଇଲେ ବିରାଟ

 ସତ୍ୟଶିଖା(ମୁମ୍ବାଇ) ୦୮.୦୩.୨୦୨୧: ମହିଳା ଦିବସ ଅବସରରେ ଭାରତୀୟ କ୍ରିକେଟ କ୍ୟାପଟେନ ବିରାଟ କୋହଲି ନିଜ ଝିଅ ଭାମିକା ଓ ପତ୍ନୀ ଅନୁଷ୍କା ଶର୍ମାଙ୍କ ଫଟୋ ପୋଷ୍ଟ କରି ଶୁଭକାମନା ଜଣାଇଛନ୍ତି। କୋହଲି ସୋସିଆଲ ମିଡ଼ିଆରେ ଭାମିକା ଓ ଅନୁଷ୍କାଙ୍କ ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। କୋହଲି ଲେଖିଛନ୍ତି, ଅନୁଷ୍କା ତାଙ୍କ ଜୀବନର ସବୁଠାରୁ ମଜବୁତ ମହିଳା ଓ ତାଙ୍କ ଝିଅ ବି ଅନୁଷ୍କାଙ୍କ ଭଳି ହେଉ ବୋଲି ସେ ଚାହୁଁଛନ୍ତି। ଫୋଟୋ ପୋଷ୍ଟ କରି କୋହଲି ଲେଖିଛନ୍ତି, ‘ଶିଶୁ ଜନ୍ମ କଲାବେଳେ ଦେଖିବା ସହଜ କଥା ନୁହେଁ। ଏହା ଅବିଶ୍ୱାସନୀୟ ଏବଂ ଆଶ୍ଚର୍ଯ୍ୟଜନକ ଅନୁଭବ। ଏହି ଦୃଶ୍ୟ ଦେଖିଲେ ଆପଣ ମହିଳାଙ୍କ ଅସଲ ତାକତ ଓ ଦିବ୍ୟତାକୁ ବୁଝି ପାରିବେ ଏବଂ ଭଗବାନ ମହିଳାଙ୍କ ଭିତରେ ଜୀବନ କାହିଁକି ସୃଷ୍ଟି କରିଛନ୍ତି ତାହା ବି ବୁଝି ପାରିବେ। ମହିଳାମାନେ ପୁରୁଷଙ୍କ ତୁଳନାରେ ବହୁତ ମଜବୁତ।’ ଚଳିତ ବର୍ଷ ବିରାଟ ଅନୁଷ୍କାଙ୍କ ପାଇଁ ବହୁତ ଖାସ। ଜାନୁଆରୀ ୧୧ ତାରିଖରେ ବିରୁସ୍କାଙ୍କ ଜୀବନରେ ତାଙ୍କ ଝିଅର ଆଗମନ ହୋଇଛି। ଏହି ମୁହୂର୍ତ୍ତ ଉଭୟଙ୍କ ପାଇଁ ବହୁତ ଖାସ।

Show More
Back to top button