ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କରୋନା ସଂପର୍କିତ ତାଜା ସୂଚନା ଦେଲେ …

ସତ୍ୟଶିଖା ୨୨.୦୭.୨୦୨୦ : ( ଭୁବନେଶ୍ବର ) : କରୋନା ମୁକାବିଲା ନେଇ ରାଜ୍ୟ ସରକାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସୀତ ତ୍ରୀପାଠୀ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। କରୋନା ମୁକାବିଲା ନେଇ କେତେ ଟଙ୍କା ଖର୍ଚ୍ଚ ହୋଇଛି,  ତାହାର ବିବରଣୀ ଦେଇଛନ୍ତି। ରାଜ୍ୟରେ ୧୩ ହଜାର ୭ ଶହ ୯୬ଟି କ୍ବାରେଣ୍ଟାଇନ୍ ସେଣ୍ଟର ତିଆରି ହୋଇଛି। ସେଥିରେ ୬ ଲକ୍ଷ ୧୭ ହଜାର ୯୦ ବେଡ୍ ରହିଛି। ଓଡ଼ିଶାରେ ୩୫ଟି କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ହୋଇଛି। ବର୍ତ୍ତମାନ ସୁଦ୍ଧା ବିଧାୟକଙ୍କ ପାଣ୍ଠିରୁ ୭୩ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି।  ଦୁର୍ବଳ ଶ୍ରେଣୀର ପ୍ରବାସୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରାଯିବ । ବର୍ତ୍ତମାନ ସୁଦ୍ଧା ସରକାରଙ୍କ ୫୫ ପ୍ରତିଶତ ସର୍ଭିସ୍‌ ଅନଲାଇନ୍ ହୋଇସାରିଛି । ରାଉରକେଲାରେ ଆରମ୍ଭ ହେବ ପ୍ଳାଜମା ଥେରାପି ।  ରାଜ୍ୟର ୮ ଲକ୍ଷ ୫୦ ହଜାର ଲୋକ କ୍ବାରେଣ୍ଟାଇନ୍ ସାରି ଫେରିଛନ୍ତି ।

Exit mobile version