ଦେଶ

ଲଦାଖ ସୀମାରେ ସ୍ଥଳ ସେନା ମୁଖ୍ୟ l

ସତ୍ୟଶିଖା ( ନୂଆଦିଲ୍ଲୀ )  ୩ .୦୯.୨୦୨୦ : ଭାରତ ଓ ଚୀନ ତିକ୍ତତା ମଧ୍ୟରେ ଲଦାଖ ସୀମାରେ ପହଞ୍ଚିଲେ ଭାରତୀୟ ସ୍ଥଳ ସେନା ମୁଖ୍ୟ ଏମ୍.ଏମ୍ ନରଓ୍ୱଣେ । ସୂଚନା ଅନୁସାରେ, ସେନା ମୁଖ୍ୟ ଆଜି ସକାଳେ ଲଦାଖରେ ପହଞ୍ଚିଛନ୍ତି । ଲଦାଖର ଦକ୍ଷିଣ ପେଙ୍ଗୋଗ୍ ଓ ଅନ୍ୟ ସ୍ଥାନର ସ୍ଥିତି ପରଖିଥିଲେ । ଗତ କିଛି ମାସ ଧରି ଭାରତ ଓ ଚୀନ ସୀମାରେ ତିକ୍ତତା ଲାଗିରହିଛି । ଭାରତ ସୀମାରେ ଚୀନ ଦଖଲ କରୁଥିବା କହିଛି ଭାରତ । ଯାହାକୁ ନେଇ ସୀମାରେ ସ୍ଥିତି ପରଖିଛନ୍ତି ସ୍ଥଳ ସେନା ମୁଖ୍ୟ । ଭାରତ ଚୀନ ସୀମା ବିବାଦକୁ ନେଇ ଦିଲ୍ଲୀରେ ବୈଠକ ଜାରି ରହିଛି ।

ସୂଚନା ଅନୁସାରେ, ଭାରତ ଚୀନ ସୀମା ବିବାଦକୁ ନେଇ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି କେନ୍ଦ୍ର ସରକାର । ଏହି ଦୃଷ୍ଟିକୋଣରୁ ଚୀନ ଉପରେ ଟେକନିକାଲ ଷ୍ଟ୍ରାଇକ କରୁଛି ଭାରତ । ଗତକାଲି ଏ ନେଇ ଭାରତରୁ ଲୋକପ୍ରିୟ ଗେମିଂ ଆପ ପବଜି ଉପରେ ପ୍ରତିବନ୍ଧକ ଲଗାଇଥିଲା ଭାରତ ।

 

Show More
Back to top button