ସତ୍ୟଶିଖା(ଭୁବନେଶ୍ୱର )୧୭.୧୧.୨୦୨୨: ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ । ଚଳିତ ଶିକ୍ଷାବର୍ଷରୁ ଏହି ପୁରସ୍କାର ପ୍ରଦାନ ଆରମ୍ଭ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପ୍ରାଥମିକ, ମାଧ୍ୟମିକ ପିଲା ଓ ଶିକ୍ଷକଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶକଙ୍କୁ ପୁରସ୍କାର ମିଳିବ । ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।
୫୦ ହଜାର ଛାତ୍ରଛାତ୍ରୀ, ୧୫୦୦ ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟି, ସରପଞ୍ଚ, ପୂରାତନ ଛାତ୍ରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲଗୁଡ଼ିକ ପାଇଁ ୧୦୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମାଧ୍ୟମିକ ଶିକ୍ଷା ପରିଷଦ ପାଇଁ ଡିଜି ଲକର ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଲକର ଭର୍ଚୁଆଲ ମୋଡ଼ରେ ରହିଥିବା ବେଳେ ଏଥିରେ ଛାତ୍ରଛାତ୍ରୀମାନେ ସାର୍ଟିଫିକେଟ, ମାର୍କଶିଟ ଓ ଅନ୍ୟ ଦସ୍ତାବିଜ ସୁରକ୍ଷିତ ଭାବେ ରଖିପାରିବେ । ଏହାଫଳରେ ତାହା ଆଉ ହଜିବାର ଭୟ ରହିବ ନାହିଁ ।
-
ମାତିଲେ ମାଓବାଦୀ । ବିଳମ୍ୱିତ ରାତିରେ ୩ ଜଣଙ୍କୁ ହତ୍ୟା କଲେ ଲାଲ୍ବାହିନୀ । -
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ ଯିବେ । -
ବ୍ଲଗର ଏବଂ ୟୁଟ୍ୟୁବରଙ୍କୁ ଷ୍ଟେସନର ଫଟୋ, ଭିଡିଓ ଉଠାଇବାରେ କଟକଣା ଜାରି କରାଯାଇଛି l -
ପୁରୀରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନରେ ହେବେ ସାମିଲ । -
ମୌସୁମୀ ସମୟ ପୂର୍ବରୁ ମହାରାଷ୍ଟ୍ରରେ ପହଞ୍ଚିଛି ;ବର୍ଷା ରେ ବେହାଲ ମହାରାଷ୍ଟ୍ର l -
ଭାଙ୍ଗିଗଲା ଟ୍ରମ୍ପ ଓ ମସ୍କ ଯୋଡ଼ି । -
ଆମେରିକାର ଟ୍ରମ୍ପ ପ୍ରଶାସନ ନୂଆ ଷ୍ଟୁଡେଣ୍ଟସ୍ ଭିସା ଉପରେ ଅସ୍ଥାୟୀ ଭାବେ ରୋକ୍ ଲଗାଇଛି । -
ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି । ଯେଉଁଥିଲାଗି ପ୍ରାୟ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । -
ବାହାର ରାଜ୍ୟକୁ ଗୋଚାଲାଣ ବେଳେ ପୋଲିସର ଚଢାଉ । -
ଗୁଜରାଟ ଗସ୍ତର ଦ୍ବିତୀୟ ଦିନରେ ଆଜି ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ଶୋ’ l