ନ୍ୟୁଜ୍ରାଜ୍ୟଶିକ୍ଷା

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ

ସତ୍ୟଶିଖା( ଭୁବନେଶ୍ୱର )୨୨.୦୭. ୨୦୨୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳି ପ୍ରକାଶ ପାଇଛି  । ସକାଳ ୧୦ଟାରେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି  । ଛାତ୍ରଛାତ୍ରୀମାନଙ୍କ ପାଇଁ ସିବିଏସଇ ଅଫିସିଆଲ ୱେବସାଇଟ୍ ରେ ଫଳ ଉପଲବ୍ଧ ରହିଛି । ଏବର୍ଷ ପାସ୍ ହାର ରହିଛି ୯୨.୭୧% । ଛାତ୍ରୀଙ୍କ ପାସ୍ ହାର ୯୪.୫୪% ରହିଥିବାବେଳେ ଛାତ୍ରଙ୍କ ପାସ୍ ହାର ୯୧.୨୫% ରହିଛି ।

ଉକ୍ତ ଲିଙ୍କକୁ ଯାଇ ପରେ ସିବିଏସଇ ଦ୍ୱାଦଶ ଓ ଦଶମ ବୋର୍ଡ ରେଜଲ୍ଟ ୨୦୨୨ ଲିଙ୍କ ଉପରେ କ୍ଲିକ୍ କରିବାକୁ ପଡିବ  । ଲିଙ୍କ୍ ଖୋଲିବା ପରେ ଆବଶ୍ୟକୀୟ ତଥ୍ୟ ଓ ରୋଲ୍ ନମ୍ବର ଦେବାକୁ ପଡିବ  ।  ଦେବା ପରେ ପରୀକ୍ଷା ଫଳ ମାର୍କସିଟ୍ ଡାଉନଲୋଡ କରି ଏହାର ପ୍ରିଣ୍ଟଆଉଟ୍ ବାହାର କରିପାରିବେ  । ଚଳିତବର୍ଷ  ୨୧ଲକ୍ଷ ୧୬ହଜାର ୨୯୦ଜଣ ପରୀକ୍ଷା ଦଶମ ଓ ଦ୍ୱାଦଶରେ ୧୪ଲକ୍ଷ ୫୪ହଜାର ୩୭୦ଜଣ ପରୀକ୍ଷା ଦେଇଥିଲେ  ।

ସିବିଏସଇ ଭୁବନେଶ୍ୱର ଆଂଚଳିକ କାର୍ଯ୍ୟାଳୟ ଅଧୀନରେ ଓଡିଶା, ଛତିଶଗଡ ଓ ପଶ୍ଚିମବଙ୍ଗର ବିଦ୍ୟାଳୟଗୁଡିକ ରହିଛି  । ଚଳିତବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇର ଦଶମ ପରୀକ୍ଷା ଫଳ ଓ ଆଇସିଏସଇର ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି  ।

Show More
Back to top button