ସତ୍ୟଶିଖା (ଭୁବନେଶ୍ୱର) ୧୨.୧୦.୨୦୨୦ : ସମ୍ କୋଭିଡ ହସ୍ପିଟାଲର ଚିକିତ୍ସା ତଥା ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଏହି ହସ୍ପିଟାଲର ଦାୟିତ୍ୱରେ ଥିବା ଡାକ୍ତରମାନେ ଯେଉଁଭଳି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ସଂପାଦନ କରୁଛନ୍ତି ଏଥିରେ ସେ ଖୁବ ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଶେଷ କରି ହସ୍ପିଟାଲ୍ ରେ ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରଦୀପ୍ତ ପାତ୍ର ଓ ଡାକ୍ତର ଈଶ୍ୱର ବେହେରାଙ୍କ କର୍ତ୍ତବ୍ୟ ସଂପାଦନାକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଉଭୟ ଡାକ୍ତରଙ୍କୁ ଟେଲିଫୋନ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ। କରୋନା ମହାମାରୀର ପ୍ରଭାବ ଓଡିଶାରେ ଆରମ୍ଭ ହେବା ପରଠାରୁହିଁ ଆଇଏମଏସ ଓ ସମ୍ ହସ୍ପିଟାଲର ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୁବନେଶ୍ୱରରେ ସମ୍ କୋଭିଡ ହସ୍ପିଟାଲ ସହିତ କେନ୍ଦ୍ରାପଡ଼ା ତାଳଚେର ଓ ଚାନ୍ଦପୁର ଠାରେ କୋଭିଡ ହସ୍ପିଟାଲ କାର୍ଯ୍ୟ କରୁଛି । ଯେଉଁଠାରେ ଶହଶହ କରୋନା ରୋଗୀ ଚିକିତ୍ସିତ ହୋଇପାରୁଛନ୍ତି।
ମୁଖ୍ୟମନ୍ତ୍ରୀ ସମ୍ କୋଭିଡ଼ ହସ୍ପିଟାଲ ଡାକ୍ତରଙ୍କୁ ପ୍ରଶଂସା କଲେ l
