ଆଜିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସତ୍ୟଶିଖା( ଭୁବନେଶ୍ୱର )୨୯.୦୪.୨୦୨୨ : ଆଜିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେ ଆସନ୍ତା ୩ ତାରିଖରେ ଓଡ଼ିଶା ଫେରିବେ । ଦିଲ୍ଲୀ ରହଣୀ ସମୟରେ ସେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀରେ ଯୋଗଦେବେ । ଯଦିଓ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତର ଅଧିକ ବିବରଣୀ ଜଣା ପଡିନାହିଁ, ତଥାପି ସୂତ୍ରରୁ ପ୍ରକାଶ ଯେ ସେ ଏପ୍ରିଲ ୩୦ ରେ ମୁଖ୍ୟମନ୍ତ୍ରୀ ତଥା ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀରେ ଯୋଗଦେବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ହାଇକୋର୍ଟର ମୁଖ୍ୟ ଜଷ୍ଟିସଙ୍କ ସମ୍ମିଳନୀ, ପରେ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀ ଦ୍ୱାରା ଜାତୀୟ ରାଜଧାନୀରେ ଯଥାକ୍ରମେ ୨୯ ଓ ୩୦ ରେ ୬ ବର୍ଷର ବ୍ୟବଧାନ ପରେ ଆୟୋଜିତ ହେବ।ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ ବି ରମଣା ଏହି ସମ୍ମିଳନୀର ଅଧ୍ୟକ୍ଷତା କରିବେ ଏବଂ ଦେଶରେ ନ୍ୟାୟପାଳିକା ସମ୍ବନ୍ଧରେ ସମସ୍ୟା ବିଷୟରେ ଆଲୋଚନା କରିବେ । ଏହା ପରେ ମେ ୩ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଓଡ଼ିଶା ଫେରିବେ ।

Exit mobile version