ମନୋରଞ୍ଜନସିନେମା

ବାହାହେବେ ଦିୟା

ସତ୍ୟଶିଖା ୧୩/୦୨/୧୦୨୧ : ବଲିଉଡରୁ ଗତ କିଛି ଦିନ ହେଲା ଖୁସି ଖବର ଆସୁଛି । କିଛି ଦିନ ପୂର୍ବରୁ ଅନୁଷ୍କା ଶର୍ମା ମା ହେବାଠାରୁ ବରୁଣ ଧୱନଙ୍କ ବିବାହ ଯାଏଁ ଅନେକ ଖୁସି ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ଅଭିନେତ୍ରୀ ଦିୟା ମିର୍ଜାଙ୍କୁ ନେଇ ଖୁସି ଖବର ଆସିଛି । ଦିୟା ମିର୍ଜା କଥିତ ଭାବେ ବ୍ୟବସାୟୀ ବୈଭବ ରେଖିଙ୍କୁ ବିବାହ କରିବାକୁ ଯାଉଛନ୍ତି । ଆଗାମୀ ୧୫ ତାରିଖ ଅର୍ଥାତ ଫେବୃଆରୀ ୧୫ ତାରିଖରେ ବୈଭବଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ । ଏକ ରିପୋର୍ଟ ଅନୁଯାୟୀ, ଆଗାମୀ ୧୫ ତାରିଖରେ ମୁମ୍ବାଇରେ ଦିୟା ଓ ବୈଭବଙ୍କର ବାହାଘର ହେବ । ବିବାହ ସମାରୋହରେ କେବଳ ପରିବାର ଓ ନିକଟ ବନ୍ଧୁ ସାମିଲ ହେବେ । ଏହା ଏକ ପ୍ରକାର ପ୍ରାଇଭେଟ ଇଭେଣ୍ଟ । ବୈଭବ ରେଖି ମୁମ୍ବାଇର ଜଣେ ବ୍ୟବସାୟୀ ଓ ବାନ୍ଦ୍ରା ପାଲି ହିଲ ଅଞ୍ଚଳରେ ରୁହନ୍ତି । ଏହା ପୂର୍ବରୁ ସାହିଲ ସଂଘାଙ୍କ ସହ ଦିୟାଙ୍କ ବାହାଘର ହୋଇଥିଲା । ୧୧ ବର୍ଷ ପରେ ୨୦୧୯ ରେ ଉଭୟେ ପରସ୍ପରଠୁ ଅଲଗା ହୋଇଯାଇଥିଲେ । ଏନେନି ଉଭୟ ସୋସିଆଲ ମିଡ଼ିଆରେ ଘୋଷଣା କରିଥିଲେ । ଅଲଗା ହେବାପରେ ସେମାନେ ଭଲ ଅଛନ୍ତି ବୋଲି ମଧ୍ୟ କହିଥିଲେ । ଉଭୟ ଏକ ଜଏଣ୍ଟ ଷ୍ଟେଟମେଣ୍ଟରେ ଦସ୍ତଖତ କରି ଏ ସମ୍ପର୍କରେ ଘୋଷଣା କରିଥିଲେ । ସେନା ଓ ସମ୍ମାନର ସହ ସେମାନେ ପରସ୍ପର ଠାରୁ ଅଲଗା ହେଉଛନ୍ତି ବୋଲି ଏଥିରେ କହିଥିଲେ ।

Show More
Back to top button