ଅପରାଧରାଜ୍ୟ

ରାଉରକେଲାରେ ପୁଣି ଗୁଳିକାଣ୍ଡ

ସତ୍ୟଶିଖା : ୧୯.୧୨.୨୦୨୦ : ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସୁନା ଦୋକାନ କର୍ମଚାରୀ ମୃତ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ଗହଣା l ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସୁନା ଦୋକାନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି  । ମୃତକଙ୍କ ନାମ ସରୋଜ ସାହୁ ବୋଲି ଜଣାପଡ଼ିଛି । ଘଟଣାସ୍ଥଳର ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଖବର ଅନୁଯାୟୀ , ଶୁକ୍ରବାର ଏସ୍ ଟିଆଇ ଫ୍ଲାଏ ଓଭର ପାଖରେ ସୁନା ଦୋକାନ କର୍ମଚାରୀ ସରୋଜ ସାହୁଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ । ସରୋଜଙ୍କ ପେଟ ଓ ମୁଣ୍ଡରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ I.G.H ରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସରୋଜଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୩ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । କିଛି ଦିନ ତଳେ ରାଉରକେଲାରେ ସୁନା ବ୍ୟବସାୟୀ ନରେଶ ସୋନିଙ୍କ ଉପରଙ୍କୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ ।

Show More
Back to top button