ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ସୁନ୍ଦରଗଡ଼ର ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ଗାଡି ଧକ୍କାରେ ୩ ମୃତ

ସତ୍ୟଶିଖା( ସୁନ୍ଦରଗଡ଼)୧୨ .୦୭ . ୨୦୨୨:  ସୁନ୍ଦରଗଡ଼ର ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ଗାଡି ଧକ୍କାରେ ସୋନପୁର ଖାରୀ ନିକଟରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଥାନା ଅଧିକାରୀଙ୍କ ଗାଡି ଏକ ଅଟୋକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସୋନପୁର ହଙ୍କଳର ଚାରା ବିକିବା ପାଇଁ ରାଘବପାଳିରୁ ଅଟୋ ଯୋଗେ ଯାଉଥିବା ସମୟରେ ସୋନପୁର ପଟୁ ଆସୁଥିବା କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଦେଇଥିବା କାରରୁ ଏକ ପୋଲିସ ପୋଷାକ ମିଳିଥିଲା । ଯେଉଁଥିରେ ସ୍ନିଗ୍ଧାରାଣୀ ସୁନାଙ୍କ ନାଁ ଲେଖା ହୋଇଥିଲା । ସୋନପୁର ଏସ୍ପି କହିଛନ୍ତି, ସ୍ନିଗ୍ଧାରାଣୀ ପୁରୀରୁ ଡ୍ୟୁଟି ସାରି ଫେରୁଥିଲେ । ଗାଡିକୁ ଥାନା ଅଧିକାରୀଙ୍କ ଡ୍ରାଇଭର ଚଲାଉଥିଲେ । ଦୁର୍ଘଟଣା ପରେ ଭୟରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଗାଡି ଛାଡି ଫେରାର ହୋଇଯାଇଛନ୍ତି । ଘଟଣା ନେଇ ସ୍ନିଗ୍ଧାରାଣୀ ସୁନାଙ୍କ ପୋଷ୍ଟିଂ ଅଥରିଟିଙ୍କୁ ଜଣାଇ ଦିଆଯାଇଛି । ଖୁବ୍ ଶୀଘ୍ର ଡ୍ରାଇଭରଙ୍କୁ ଗିରଫ କରାଯିବ ବୋଲି ସୋନପୁର ଏସ୍ପି କହିଛନ୍ତି ।

Show More
Back to top button