ଟ୍ୱିନ୍ ସିଟିରେ କୋଭିଡ୍ ନିୟମ ପାଳନରେ ଅସନ୍ତୋଷ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ l


ସତ୍ୟଶିଖା ୧୭ .୦୯.୨୦୨୦ : ଏଣିକି ରାଜ୍ୟରେ କଡାକଡି ହେବ କୋଭିଡ ନିୟମ । ବିଶେଷ କରି ଟୁଇନସିଟିରେ କୋଭିଡ ନିୟମକୁ କଡାକଡି ପାଳନ କରାଯିବାକୁ ନିଷ୍ପତି ନେଇଛନ୍ତି ସରକାର । ରାଜ୍ୟର କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା । ଭୁବନେଶ୍ୱର-କଟକ କମିଶନରେଟ ଅଂଚଳରେ କୋଭିଡ ନିୟମ ପାଳନ ତତ୍ୱବଧାନ କରିବାକୁ ପୋଲିସ ମହାନିର୍ଦ୍ଦେଶକ ପ୍ରତ୍ୟକ୍ଷ ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ଅନ୍ୟ ଅଂଚଳମାନଙ୍କରେ କୋଭିଡ ନିୟମର ପାଳନ ସନ୍ତୋଷ ଜନକ ଥିବା ବେଳେ ଭୁବନେଶ୍ୱର ଏବଂ କଟକରେ ଏହା ଉତ୍ସାହଜନକ ନାହିଁ । ତେଣୁ କୋଭିଡ ସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜୀବନ ଜିବିକାକୁ କିପରି ପ୍ରାଧାନ୍ୟ ଦିଆଯିବ ସେନେଇ ମଧ୍ୟ ଆଲୋଚନା କରାଯାଇଛି ।
“ତଦାରଖ କରିବା ପାଇଁ ଡିଜିଙ୍କୁ ନିର୍ଦ୍ଦେଶ; ରାଜଧାନୀର ଫାଷ୍ଟଫୁଡ ଦୋକାନରେ ସାମାଜିକ ଦୂରତା ରକ୍ଷା ପାଇଁ କମିସନରେଟ୍ ପୋଲିସର ସତର୍କ”
“ଦୋକାନୀଙ୍କ ଠାରୁ ଆଦାୟ କଲା ଜରିମାନା”
କୋଭିଡ ଜନିତ ଆର୍ଥିକ ମାନ୍ଦାବସ୍ଥାରୁ ଗ୍ରାମାଂଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି କୋଭିଡ ପରିଚାଳନା ବିଷୟରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏମଜିଏନଆରଇଜିଏସ ସମେତ ଅନ୍ୟ ଜିବିକା କାର୍ଯ୍ୟକ୍ରମ ଜରିଆରେ ଯେପରି ଗାଁ ଲୋକମାନେ ଅଧିକରୁ ଅଧିକ ରୋଜଗାର ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ । ସେହିପରି କୃଷି, ମତ୍ସଚାଷ, ଉଦ୍ୟାନ କୃଷି, ଜଙ୍ଗଲ, ମୃତିକା ସଂରକ୍ଷଣ ପାଇଁ ସେ ଘୋଷଣା କରିଥିବା ପ୍ୟାକେଜକୁ ଠିକ ଭାବେ କାର୍ଯ୍ୟକାରୀ କରିବା ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି ନବୀନ ।