ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ପାଇଁ ଇନପୁଟ୍ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସତ୍ୟଶିଖା(ଭୁବନେଶ୍ୱର )୧୫.୧୧.୨୦୨୨:  ରାଜ୍ୟର ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ପାଇଁ  ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମରୁଡ଼ି ପ୍ରଭାବିତ ଅଞ୍ଚଳ ଲାଗି ଇନପୁଟ୍ ସହାୟତା ଘୋଷଣା କରାଯାଇଛି। ଏହି ଅଞ୍ଚଳର ଚାଷୀମାନେ ଏହି ସହାୟତା ପାଇପାରିବେ। ଏଥିପାଇଁ ରାଜ୍ୟ ସରକାର ୨ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିରେ ସମଗ୍ର ରାଜ୍ୟର ଚାଷୀ ଉପକୃତ ହେବେ ବୋଲି ଜଣାଯାଇଛି। ବିହନ କ୍ରୟ ହେଉ କିମ୍ବା ସାର ଠାରୁ ଯନ୍ତ୍ରପାତି, ଯେଉଁମାନେ ଚାଷ କରି କ୍ଷତି ସହିଥାନ୍ତି,ସେମାନଙ୍କ ଲାଗି ଏହି ଅର୍ଥ ବିନିଯୋଗ ହେବ।

Exit mobile version