

ସତ୍ୟଶିଖା(ଭୁବନେଶ୍ୱର )୧୫.୧୧.୨୦୨୨: ରାଜ୍ୟର ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମରୁଡ଼ି ପ୍ରଭାବିତ ଅଞ୍ଚଳ ଲାଗି ଇନପୁଟ୍ ସହାୟତା ଘୋଷଣା କରାଯାଇଛି। ଏହି ଅଞ୍ଚଳର ଚାଷୀମାନେ ଏହି ସହାୟତା ପାଇପାରିବେ। ଏଥିପାଇଁ ରାଜ୍ୟ ସରକାର ୨ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିରେ ସମଗ୍ର ରାଜ୍ୟର ଚାଷୀ ଉପକୃତ ହେବେ ବୋଲି ଜଣାଯାଇଛି। ବିହନ କ୍ରୟ ହେଉ କିମ୍ବା ସାର ଠାରୁ ଯନ୍ତ୍ରପାତି, ଯେଉଁମାନେ ଚାଷ କରି କ୍ଷତି ସହିଥାନ୍ତି,ସେମାନଙ୍କ ଲାଗି ଏହି ଅର୍ଥ ବିନିଯୋଗ ହେବ।