ତୁଳସୀ ପତ୍ରକୁ ଚୋବେଇ ଖାଇବା କ୍ଷତିକାରକ


ସତ୍ୟଶିଖା(ଭୁବନେଶ୍ୱର) ୦୨ .୦୭.୨୦୨୧:
ତୁଳସୀ ଗଛରେ ଭରପୁର ରହିଛି ଔଷଧୀୟ। ଅନେକ ରୋଗରୁ ଦୂରେଇ ରଖିବାରେ ଏହା ସାହାଯ୍ୟ କରିଥାଏ। ତୁଳସୀ ପତ୍ରର ବ୍ୟବହାର କରି ପ୍ରସ୍ତୁତ କରାଯାଉଥିବା କାଢ଼ା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ଚା’ରେ ମିଶାଇ ପିଇଲେ କାଶ, ଥଣ୍ଡା ଓ ପେଟ ଯନ୍ତ୍ରଣା ଇତ୍ୟାଦି ସମସ୍ୟାରୁ ମିଳେ ମୁକ୍ତି।
ହିନ୍ଦୁ ଧର୍ମରେ ତୁଳସୀ ପତ୍ରକୁ ସବୁଠାରୁ ପବିତ୍ର ବୋଲି ବିଶ୍ଵାସ ରହିଛି। ସେଥିପାଇଁ ସମସ୍ତେ ଘରେ ତୁଳସୀ ଗଛ ଲଗାଇ ପୂଜା କରନ୍ତି। ଅନେକ ଲୋକ ତୁଳସୀ ପତ୍ର ଚୋବେଇ ଖାଆନ୍ତି। କିନ୍ତୁ ଏପରି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଆସନ୍ତୁ ବ୍ୟବହାର ସମ୍ପର୍କରେ ଜାଣିବା…।
୧- ତୁଳସୀ ପତ୍ରକୁ ଅନେକ ଲୋକ ସକାଳେ ଖାଲି ପେଟରେ ଚୋବେଇ ଖାଆନ୍ତି। ଏହି ଅଭ୍ୟାସ ଦାନ୍ତ ପାଇଁ କ୍ଷତିକାରକ। ଏପରି କରିବା ଦ୍ୱାରା ଦାନ୍ତ ଜନିତ ସମସ୍ୟା ଉପୁଜିପାରେ। କାରଣ ତୁଳସୀ ପତ୍ରରେ ଅଧିକ ପରିମାଣର ମର୍କୁରୀ ଓ ଆଇରନ୍ ଥାଏ। ଏହାଛଡା କିଛି ପରିମାଣର ରହିଛି ଆର୍ସେନିକ୍। ପାଟି ପାଇଁ ମର୍କ୍ୟୁରୀ ଓ ଆର୍ସେନିକ୍ କ୍ଷତିକାରକ ହୋଇଥିବାରୁ ଦାନ୍ତକୁ ଅଧିକ ଖରାପ କରିଥାଏ। ତେଣୁ ତୁଳସୀ ପତ୍ରକୁ ଚୋବେଇ ଖାଆବା ଅନୁଚିତ।
୨- ତୁଳସୀ ପତ୍ରକୁ ଭଲଭାବେ ବାଟିକି ତାକୁ ପାଣିରେ ମିଶାଇ ପିଇପାରିବେ। ଯଦି ଆପଣ ଚାହିଁବେ ତାହେଲେ ତୁଳସୀ ପତ୍ରକୁ ଚା’ରେ ମିଶାଇ ସେବନ କରନ୍ତୁ। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଋତୁକାଳୀନ ସଂକ୍ରମଣକୁ ରୋକାଯାଇ ପାରିବ। ଏହାଛଡା ତୁଳସୀ ପତ୍ରକୁ ମିଶାଇ ଏକ ଟାବଲେଟ୍ କିମ୍ବା ପତ୍ରକୁ ଶୁଖାଇ ଗ୍ରାଇଣ୍ଡିଂ କରି ପାଉଡର୍ ପ୍ରସ୍ତୁତ କରିପାରିବେ।