ସତ୍ୟଶିଖା (ନୂଆଦିଲ୍ଲୀ) ୧୭/୧୦/୨୦୨୦ : ଡିଜିଟାଲ ପେମେଣ୍ଟ କରିବା ପାଇଁ ଯଦି ପେଟିଏମ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଖରାପ ଖବର । ଏବେ ପେଟିଏମ ଓ୍ବାଲେଟରେ ଟଙ୍କା ଯୋଡିବା ପାଇଁ ଅତିରିକ୍ତ ଚାର୍ଜ ଲାଗିବ । ଅର୍ଥାତ ୨ ପ୍ରତିଶତ ଅତିରିକ୍ତ ଟଙ୍କା ଦେବାକୁ ହେବ । ଅବଶ୍ୟ ପୂର୍ବରୁ ଏ ନିୟମ ଦଶ ହଜାର ଟଙ୍କା ବା ତାଠୁ ଅଧିକ ଟଙ୍କା ଉପରେ ଲାଗୁ ହେଉ ଥିଲା ।
ଏବେ ସୁଦ୍ଧା କ୍ରେଡିଟ କାର୍ଡରୁ ପେଟିଏମ ଓ୍ବାଲେଟରେ ଟଙ୍କା ଯୋଡିବା ପାଇଁ କୌଣସି ଚାର୍ଜ ଲାଗୁ ହେଉ ନ ଥିଲା । ମାତ୍ର ଏବେ କମ୍ପାନି ତା ନିୟମର ପରିବର୍ତନ ଆଣିଛି । କ୍ରେଡିଟ୍ କାର୍ଡ ବ୍ୟବହାର କରି ପେଟିଏମ ମୋବାଇଲ ଓ୍ବାଲେଟରେ ଯେଉଁ ରାଶି ଯୋଡା ହୋଇଛି ସେଥିରେ ୨ ପ୍ରତିଶତ ଶୁକ୍ଲ ଲଗାଇବା କାମ ଆରମ୍ଭ ହୋଇଛି । ପେଟିଏମ ଅନୁସାରେ ଯେତେବେଳେ ସେମାନେ କ୍ରେଡିଟ୍ କାର୍ଡ ବ୍ୟବହାର କରି ଟଙ୍କା ଯୋଡନ୍ତି ସେତେବେଳେ ସେମାନେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟାଅଙ୍କର ପେମେଣ୍ଟ କରନ୍ତି । ପେଟିଏମ ନେଣଦେଣ ପାଇଁ ମାମୁଲି ଶୁକ୍ଲ ନେଉଛି ।