ପେଟିଏମ ପେମେଣ୍ଟରେ ଆସିଲା ପରିବର୍ତ୍ତନ

ସତ୍ୟଶିଖା (ନୂଆଦିଲ୍ଲୀ) ୧୭/୧୦/୨୦୨୦ : ଡିଜିଟାଲ ପେମେଣ୍ଟ କରିବା ପାଇଁ ଯଦି ପେଟିଏମ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଖରାପ ଖବର । ଏବେ ପେଟିଏମ ଓ୍ବାଲେଟରେ ଟଙ୍କା ଯୋଡିବା ପାଇଁ ଅତିରିକ୍ତ ଚାର୍ଜ ଲାଗିବ । ଅର୍ଥାତ ୨ ପ୍ରତିଶତ ଅତିରିକ୍ତ ଟଙ୍କା ଦେବାକୁ ହେବ । ଅବଶ୍ୟ ପୂର୍ବରୁ ଏ ନିୟମ ଦଶ ହଜାର ଟଙ୍କା ବା ତାଠୁ ଅଧିକ ଟଙ୍କା ଉପରେ ଲାଗୁ ହେଉ ଥିଲା ।
ଏବେ ସୁଦ୍ଧା କ୍ରେଡିଟ କାର୍ଡରୁ ପେଟିଏମ ଓ୍ବାଲେଟରେ ଟଙ୍କା ଯୋଡିବା ପାଇଁ କୌଣସି ଚାର୍ଜ ଲାଗୁ ହେଉ ନ ଥିଲା । ମାତ୍ର ଏବେ କମ୍ପାନି ତା ନିୟମର ପରିବର୍ତନ ଆଣିଛି । କ୍ରେଡିଟ୍ କାର୍ଡ ବ୍ୟବହାର କରି ପେଟିଏମ ମୋବାଇଲ ଓ୍ବାଲେଟରେ ଯେଉଁ ରାଶି ଯୋଡା ହୋଇଛି ସେଥିରେ ୨ ପ୍ରତିଶତ ଶୁକ୍ଲ ଲଗାଇବା କାମ ଆରମ୍ଭ ହୋଇଛି । ପେଟିଏମ ଅନୁସାରେ ଯେତେବେଳେ ସେମାନେ କ୍ରେଡିଟ୍ କାର୍ଡ ବ୍ୟବହାର କରି ଟଙ୍କା ଯୋଡନ୍ତି ସେତେବେଳେ ସେମାନେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟାଅଙ୍କର ପେମେଣ୍ଟ କରନ୍ତି । ପେଟିଏମ ନେଣଦେଣ ପାଇଁ ମାମୁଲି ଶୁକ୍ଲ ନେଉଛି ।ଏହା ସହ ପେଟିଏମ ଏମିତି ବି ଅଫର ଦେଉଛି ଯେଉଁଥିରେ ୟୁଜର କ୍ରେଡିଟ୍ କାର୍ଡ ବ୍ୟବହାର କରି ୫୦ ଟଙ୍କା ଯୋଡିଲେ ୨ ପ୍ରତିଶତ କ୍ୟାସବ୍ୟାକ ଦୁଇ ଶହ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ । ଏଥିରେ କୌଣସି ପେମେଣ୍ଟ ଅପସନରୁ ଓ୍ବାଲେଟରେ ଆମାଉଣ୍ଟ ଆଡ କରିବାରେ କିଛି ଶୁକ୍ଲ ଲାଗିବ ନାହିଁ । ସୂଚନାଯୋଗ୍ୟ କୌଣସି ମର୍ଚାଣ୍ଟ ସାଇଟରୁ ପେଟିଏମରୁ ପେଟିଏମ ପେମେଣ୍ଟ କରିବା ଉପରେ ଅତିରିକ୍ତ ଚାର୍ଜ ଲାଗୁ ହେବ ନାହିଁ । ସେହିପରି ପେଟିଏମରୁ ପେଟିଏମ ଓ୍ବାଲେଟରୁ ମନି ଟ୍ରାନ୍ସଫର କରିବାରେ ମଧ୍ୟ କିଛି ଚାର୍ଜ ଲାଗିବ ନାହିଁ । ଅନ୍ୟପକ୍ଷେ ଡେବିଟ କାର୍ଡ ବା ନେଟବ୍ୟାଙ୍କିଙ୍ଗରୁ ପେଟିଏମ ଓ୍ବାଲେଟରେ ମନି ଆଡ କରିବାରେ କୌଣସି ଚାର୍ଜ ଲାଗିବ ନାହିଁ ।