

ସତ୍ୟଶିଖା(ପୁରୀ )୦୨.୧୧.୨୦୨୨: ଚନ୍ଦ୍ରଗ୍ରହଣ ଦିନ ପାକତ୍ୟାଗ ନୀତିକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନୀତି ନିର୍ଦ୍ଧାରଣ ହୋଇଛି । ଶ୍ରୀମନ୍ଦିର ନୀତିକାନ୍ତ ଓ ପାକତ୍ୟାଗ ନେଇ ନୀତି ନିର୍ଦ୍ଧାରଣ ହୋଇଛି । ପୂର୍ବଦିନ ରାତି ୧୨ଟା ୧୦ରେ ଦ୍ୱାରଫିଟା ହେବା ସହ ୧୨ଟା ୩୦ରେ ମଙ୍ଗଳ ଆଳତି ହେବ । ରାତି ୨ଟା ୩୦ ସୁଦ୍ଧା ମହାପ୍ରଭୁଙ୍କ ଦୁର୍ଲ୍ଲଭ ସୁନାବେଶ ସରିବ ।