ସତ୍ୟଶିଖା (ଭୁବନେଶ୍ୱର) ୨୦/୦୧/୨୦୨୧ : ଜନ୍ମମାଟିରେ ପାଦ ଦେଉଦେଉ ଖୁସି ଖବର ପାଇଲି । ସେନା ଉପମୁଖ୍ୟ ପଦ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଏହା ଏବେ ମୁଖ୍ୟ ଦାୟିତ୍ୱ ଭାବେ ତୁଲାଇବାକୁ ପଡ଼ିବ ବୋଲି କହିଛନ୍ତି ନବନିଯୁକ୍ତ ସେନା ଉପମୁଖ୍ୟ ଲ୍ୟୁଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ୍ କରି ଶ୍ରୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ।
ସୋମବାର ଗୋପାଳପୁର ଆର୍ମି ଡିଫେନ୍ସ କଲେଜରେ ପହଞ୍ଚିଥିବା ଚଣ୍ଡୀପ୍ରସାଦ ଆଜି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ବିମାନବନ୍ଦରରୁ ବାହାରି ସେ ସେନା ଉପମୁଖ୍ୟ ଭାବେ ନିଜର ନୂତନ ନିଯୁକ୍ତି ନେଇ ଖୁସି ବ୍ୟକ୍ତ କରିବା ସହିତ ଓଡ଼ିଶାରୁ ଅଧିକ ଯୁବତୀମାନେ ଆର୍ମି ଅଫିସର ଭାବେ ଯୋଗ ଦେବା ପାଇଁ ଆହ୍ବାନ ଦେଇଥିଲେ । ସେ କହିଥିଲେ ଯେ ପୂର୍ବ ଅପେକ୍ଷା ଏବେ ଅନେକ ସୁବିଧା ସୁଯୋଗ ରହିଛି । କୋର ମିଲିଟାରି ପୁଲିସରେ ମଧ୍ୟ ଯଥେଷ୍ଟ ସୁଯୋଗ ରହିଛି । ତେଣୁ ଯୁବତୀମାନଙ୍କୁ ଆଗେଇ ଆସି ସେନାରେ ଯୋଗ ଦିଅନ୍ତୁ ।
ଓଡ଼ିଶାରେ ନବନିଯୁକ୍ତ ସେନା ଉପମୁଖ୍ୟ ଚଣ୍ଡୀପ୍ରସାଦ ମହାନ୍ତି
