ସତ୍ୟଶିଖା (ଶିମଲା) ୧୨/୧୧/୨୦୨୦ : ହିମାଚଳ ପ୍ରଦେଶରେ ପାଣିପାଗ ବିଭାଗ ଦିନେ ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି । ଦୀପାବଳି ପରେ ଭୀଷଣ ବର୍ଷା ଓ ତୁଷାରପାତର ସମ୍ଭାବନା ରହିଛି । ନଭେମ୍ବର ୧୩ ତାରିଖରେ ରାଜ୍ୟର ପଶ୍ଚିମାଞ୍ଚଳରେ ଜଳବାୟୁ ବଦଳିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ୪ ଦିନ ଯାଏଁ ପାଣିପାଗ ଭଲ ରହିବନି ବୋଲି ଅନୁମାନ କରାଯାଇଛି । ୧୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ଓ ତୁଷାରପାତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୩ ତାରିଖରେ ରାଜ୍ୟର ଉଚ୍ଚତମ ଅଞ୍ଚଳରେ ବର୍ଷା ଓ ତୁଷାରପାତ ହେବାର ସମ୍ଭାବନା ରହିଛି । ଏହାପରେ ୩ଦିନ ଯାଏଁ ଅର୍ଥାତ ୧୪ ରୁ ୧୭ ତାରିଖ ଯାଏଁ ମଧ୍ୟବର୍ତ୍ତୀ ପାହାଡିଆ ଓ ଉଚ୍ଚତମ ଅଞ୍ଚଳରେ ବର୍ଷା ଓ ତୁଷାରପାତ ହେବ ।
ଆଗାମୀ ୪ ଦିନ ବର୍ଷା ଓ ତୁଷାରପାତ ସମ୍ଭାବନା : ହିମାଚଳ ପ୍ରଦେଶ ରେ
