ଅନ୍ୟାନ୍ୟରାଜ୍ୟ

୪ଦିନ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା

ସତ୍ୟଶିଖା(ଭୁବନେଶ୍ୱର) ୦୪.୦୫.୨୦୨୧:  ଆସନ୍ତା ୪ ଦିନ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭବାନା ରହିଛି। ଆଜି ସକାଳୁ ଟ୍ୱିନ ସିଟିରେ ପାଗ କୋହଲା ହେବା ସହକ କଟକରେ ଅଳ୍ପ ପରିମାଣରେ ବର୍ଷା ହୋଇଛି। କାଳବୈଶାଖୀ ବର୍ଷା କାରଣରୁ ପାରଦ ହ୍ରାସ ପାଇଛି। ଆସନ୍ତାକାଲି ରାଜ୍ୟରେ ୧୮ ଜିଲାରେ କଳାବୈଶାଖୀ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ,ଗଜପତି,କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟ , ମାଲକାନଗିରି। ଏହାସହ ଗଜପତି,ଗଞ୍ଜାମ ଓ କୋରାପୁଟ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି।  ୫ ଓ ୭ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭବାନା ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି।

 

Show More
Back to top button